କେନ୍ଦ୍ରାପଡ଼ା,୦୨/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଏକ ସଫେଇ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉଭୟ ବାଳକ ଓ ବାଳିକା ବିଭାଗର କାର୍ଯ୍ୟକାରୀ ଅଧିକାରୀ ମୃତ୍ୟୁଞ୍ଜୟ ମହାନ୍ତିଙ୍କ ନେତୃତ୍ୱରେ ସ୍ୱେଚ୍ଛାସେବୀମାନେ ମହାବିଦ୍ୟାଳୟ ପରିସର ସଫେଇ କରିଥିଲେ। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା ମହାବିଦ୍ୟାଦ୍ୟାଳୟ ପରିସରକୁ ପ୍ଲାଷ୍ଟିକ ଓ ଆବର୍ଜନାମୁକ୍ତ କରିବା। ଉକ୍ତ କାର୍ଯ୍ୟକୁ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଶିଶିର କାନ୍ତ ମହାପାତ୍ର ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ ପରିବେଶର ସୁରକ୍ଷା ସମ୍ପର୍କରେ ସ୍ୱେଚ୍ଛାସେବୀ ଙ୍କୁ ଅବଗତ କରିଥିଲେ। ଏଥିରେ ସ୍ୱେଚ୍ଛାସେବୀ ରାଜେନ୍ଦ୍ର ଲେଙ୍କା, ଶଶୀପ୍ରସାଦ ମହାରଣା, ସାହେବ ପ୍ରଧାନ, ବିକାଶ ମଲିକ, ନିଶିକାନ୍ତ ସ୍ୱାଇଁ, ଲୋପିତା ପଲାଇ, ପ୍ରଥମା ପ୍ରିପ୍ରିୟଦର୍ଶିନୀ, ସାଇନାଜ ପରବିନ, ଗାୟତ୍ରୀ ସାହୁ, ମଧୁସ୍ମିତା ମହାନ୍ତି ଓ ମୀରା ମୌସୁମୀ ପ୍ରମୁଖ ସହଯୋଗ କରିଥିଲେ। ଓଡ଼ିଶା ସମାଚାର