Friday , August 12 2022
Breaking News
Home / ଶିକ୍ଷା / ଶିକ୍ଷକତାକୁ ଚାକିରି ନୁହେଁ, ସଂକଳ୍ପ ଭାବେ ଗ୍ରହଣ କରି କାମ କରିବାକୁ ନବନିଯୁକ୍ତ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଶିକ୍ଷକତାକୁ ଚାକିରି ନୁହେଁ, ସଂକଳ୍ପ ଭାବେ ଗ୍ରହଣ କରି କାମ କରିବାକୁ ନବନିଯୁକ୍ତ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର,୦୧/୦୮/୨୦୨୨(ଓଡ଼ିଶା ସମାଚାର)- ଶିକ୍ଷା ରୂପାନ୍ତରଣ କ୍ଷେତ୍ରରେ ଯୋଡି ହୋଇଯାଇଛି ଆଉ ଏକ ନୂଆ ଫର୍ଦ୍ଦ । ନବନିଯୁକ୍ତ ୬ ହଜାର ୮୯୧ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ କଳିଙ୍ଗ ଷ୍ଟାଡିୟମରେ ଏକ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ନବନିଯୁକ୍ତ ଶିକ୍ଷକମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ମୁଖ୍ୟମନ୍ତ୍ରୀ କହିଥିଲେ ଶିକ୍ଷକମାନେ ହେଉଛନ୍ତି ରାଷ୍ଟ୍ର ନିର୍ମାତା, ଜାତିର ଗୌରବ । ୩ବର୍ଷ ଭିତରେ ୧୪ହଜାରରୁ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ଶିକ୍ଷକତାକୁ ଚାକିରି ନୁହେଁ, ସଂକଳ୍ପ ଭାବେ ଗ୍ରହଣ କରି କାମ କରନ୍ତୁ ବୋଲି ନବନିଯୁକ୍ତ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେହିଭଳି ରାଜ୍ୟର ୪ ହଜାର ସ୍କୁଲ ରୂପାନ୍ତରିକରଣ ସରିଛି । ଆହୁରି ୪ହଜାର ୮ଶହ ସ୍କୁଲକୁ ରୁପାନ୍ତରୀକରଣ କରାଯିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ପୂରା କାର୍ୟ୍ୟକ୍ରମକୁ ସଂଚାଳନ କରିଥିଲେ ୫ ଟି ସଚିବ ଭି.କେ ପାଣ୍ଡିଆନ୍ । କାର୍ୟ୍ୟକ୍ରମରେ ନବନିଯୁକ୍ତ ୬ହଜାର ୮୯୧ ଶିକ୍ଷକ ଯୋଗଦେଇଥିବା ବେଳେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ, ଉଚ୍ଚଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ, ଶିଳ୍ପ ଓ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ଟୁକୁନି ସାହୁ, ଗଣଶିକ୍ଷା ସଚିବ ପ୍ରମୁଖ ଉପସ୍ଥିତ ରହିଥିଲେ । ଓଡ଼ିଶା ସମାଚାର

About admin

Check Also

ସରପଞ୍ଚ ଙ୍କ ନିଆରା ପ୍ରୟାସ

Leave a Reply

Your email address will not be published.