Friday , August 12 2022
Breaking News
Home / ବିଶେଷ / ଶାରଳା ସୂତାକଳ ପୁନରୁଦ୍ଧାର ଦାବିରେ ତିର୍ତ୍ତୋଲରୁ  ଭୁବନେଶ୍ୱର ପଦଯାତ୍ରା

ଶାରଳା ସୂତାକଳ ପୁନରୁଦ୍ଧାର ଦାବିରେ ତିର୍ତ୍ତୋଲରୁ  ଭୁବନେଶ୍ୱର ପଦଯାତ୍ରା

 ତିର୍ତ୍ତୋଲ,୦୧/୦୮/୨୦୨୨(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ଶାରଳା ସୂତାକଳ ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପଦଯାତ୍ରା ତିର୍ତ୍ତୋଲ କଂଗ୍ରେସ ନେତା ଇଂ ହିମାଂଶୁ ଭୂଷଣ ମଲ୍ଲିକଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି। ଶାରଳା ସୂତାକଳକୁ ବ୍ୟାଙ୍କ ଋଣମୁକ୍ତ ଓ ପୁନଉଦ୍ଧାର କରିବା ଦାବିରେ ଏହି ପଦଯାତ୍ରା ଆରମ୍ଭ ହୋଇଥିବା ସୂଚନା ମିଳିଛି। ପଦଯାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି କାର୍ଯ୍ୟାଳୟରେ ତିର୍ତ୍ତୋଲ ଜନସାଧାରଣଙ୍କ ପ୍ରାୟ ୧୦ ହଜାରରୁ ଅଧିକ ଦସ୍ତଖତ ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିବେ ବୋଲି ସୂଚନା ଦେଇଛନ୍ତି।

ତିର୍ତ୍ତୋଲସ୍ଥ ସାରଳା ସମବାୟ ସୂତାକଳ ସମ୍ମୁଖରେ କଂଗ୍ରେସ କର୍ମୀ ଏକତିତ୍ର ହୋଇ ପ୍ରଥମେ ମା ଶାରଳା ଓ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଥିଲେ। ସେମାନେ ସୂତାକଳ ସମ୍ମୁଖରେ ପ୍ରଣାମ କରିବା ସହିତ ତିର୍ତ୍ତୋଲ ମାଟିକୁ ମୁଣ୍ଡରେ ମାରି ପଦଯାତ୍ରା ଆରମ୍ଭ କରିଥିଲେ। ସେଠାରେ ଉପସ୍ଥିତ ସୂତାକଳର ପୂର୍ବତନ କର୍ମଚାରୀ ନୃସିଂହ କାଣ୍ଡି, ଭଗୁନାଥ ବେହେରା, ଦୁର୍ଯ୍ୟୋଧନ ସାହୁ, ଅନୀତା ବାରିକ, ସାବିତ୍ରୀ କାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ପରେ ଏହି ପଦଯାତ୍ରୀ ମା ଶାରଳାଙ୍କ ଆଶୀର୍ବାଦ ନେଇ ଯାତ୍ରା କରିଥିଲେ। ଏହି ପଦଯାତ୍ରୀଙ୍କ ମଧ୍ୟରେ ସୁନୀଲ କୁମାର ରାଣା, ରବୀନ୍ଦ୍ର କୁମାର ମଲ୍ଲିକ, ଯଯାତି ରଞ୍ଜନ ମଲ୍ଲିକ, କ୍ଷୀରୋଦ କୁମାର ସାମଲ, ସମରେନ୍ଦ୍ର ମହାପାତ୍ର, ଦୀପ୍ତିରଞ୍ଜନ ନାୟକ, ତର୍ପଣ କୁମାର ଶତପଥୀ, କିଶୋର ରଞ୍ଜନ ପଟ୍ଟନାୟକ, ରାକେଶ ସ୍ୱାଇଁ, ଜଗତସିଂହପୁର ମ୍ୟୁନିସିପାଲିଟି କାଉନସିଲର ଓଁଶ୍ରୀ ସତ୍ୟ ପ୍ରକାଶ, ସାଇ ପ୍ରଭଞ୍ଜନ ମହାପାତ୍ର ପ୍ରମୁଖ ସାମିଲ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଗୋବିନ୍ଦପୁର ପଞ୍ଚାୟତର ସମିତି ସଭ୍ୟ ତଥା କଂଗ୍ରେସର ଯୁବ ସଂଗଠକ ଦେବପ୍ରସାଦ ନାୟକ, ବ୍ଲକ କଂଗ୍ରେସ ସଭାପତି ନିହାର ରଞ୍ଜନ ନାୟକ, ଗରାମ ସରପଞ୍ଚ ପ୍ରଦ୍ୟୁମ୍ନ କିଶୋର ଚୟନୀ, ମଣିଜଙ୍ଗା ସମିତିସଭ୍ୟା ନଚିକେତା ଦାସ, ପିପ୍ପଳମାଧବ ସମିତିସଭ୍ୟା ସୁନିଶ୍ଚିତା ସାହୁ, ସଅଁରା ସମିତିସଭ୍ୟା ସ୍ନିଗ୍ଧାରାଣୀ ଦାଶ, ତେନ୍ତୁଲିପଦା ସରପଞ୍ଚ ସରୋଜିନୀ ପରିଜା, ଆମ୍ବେରୀ ସମିତିସଭ୍ୟ ଅରୁଣ ମଲ୍ଲିକ, ମୂଳିସିଂହ ସମିତିସଭ୍ୟ ରଞ୍ଜନ ସାହୁ, ଜିଲ୍ଲା କଂଗ୍ରେସ ଉପସଭାପତି ସର୍ବେଶ୍ୱର ପଣ୍ଡା, ରଘୁନାଥପୁର ବ୍ଲକ କଂଗ୍ରେସ ଉପସଭାପତି ଆର୍ତ୍ତତ୍ରାଣ ପଣ୍ଡା, ତିର୍ତ୍ତୋଲ ବ୍ଲକ କଂଗ୍ରେସ ଉପସଭାପତି ଅଶ୍ୱିନୀ ସ୍ୱାଇଁ, ଜିଲ୍ଲା କଂଗ୍ରେସ ସମ୍ପାଦିକା ଅନୁସୟା ପ୍ରଧାନ, ତେନ୍ତୁଲିପଦା ପଞ୍ଚାୟତ ସରପଞ୍ଚ ସରୋଜିନୀ ପରିଜା, ଛାତ୍ର କଂଗ୍ରେସ ସଭାପତି ପ୍ରତ୍ୟୁଷ ପରିଜା ପ୍ରମୁଖ ଉପସ୍ଥିତ ଥିଲେ।ସୂଚନା ମୁତାବକ, ଶାରଳା ସମବାୟ ସୂତାକଳକୁ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ, ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ ବ୍ରାଞ୍ଚଗତ କିଛିଦିନ ତଳେ ୪ କୋଟି ୭୪ ଲକ୍ଷ ୩୭ ହଜାର ୮୬୫ ଟଙ୍କା ବକେୟା ଥିବା ଯୋଗୁଁ ସୂତାକଳର ୧୫ ଏକର ଜମି ଓ ଅନ୍ୟାନ୍ୟ ଯନ୍ତ୍ରାଂଶକୁ ମିଶାଇ ସିଲ୍ କରିଥିଲା। ଓଡ଼ିଶା ସମାଚାର

About admin

Check Also

ଚୋରି ଜିନିଷ ଉଦ୍ଧାର:  ୪ଚୋର ଗିରଫ

 ନିରାକାରପୁର, ୧୨/୦୮/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା  ନିରାକାରପୁର ଥାନା ଅଂଚଳରେ ପୃଥକ ପୃଥକ ଦୁଇଟି ଚୋରି ଘଟଣାରେ ପୋଲିସ କୁ …

Leave a Reply

Your email address will not be published.