Friday , August 19 2022
Breaking News
Home / ବିଶେଷ / ଦୁଇ ବିଚାରପତିଙ୍କୁ ବିଦାୟ ସମ୍ବର୍ଦ୍ଧନା

ଦୁଇ ବିଚାରପତିଙ୍କୁ ବିଦାୟ ସମ୍ବର୍ଦ୍ଧନା

କୁଜଙ୍ଗ,୦୧/୦୮/୨୦୨୨(ଓଡ଼ିଶା ସମାଚାର)-କୁଜଙ୍ଗର ବିଭିନ୍ନ ଅଦାଲତରେ କାର୍ଯ୍ୟରତ ଦୁଇ ବଚାରପତିଙ୍କୁ  କୁଜଙ୍ଗ ଓକିଲ ସଂଘ ପକ୍ଷରୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। କୁଜଙ୍ଗ ସବ୍ ଜଜ ରଘୁନନ୍ଦନ ଦାସ ଶ୍ରମ ଅଦାଲତ ସୋନପୁର ଓ ସିଭିଲ ଜଜ୍ ଜୁନିଅର ଡିଭିଜନ ସଞ୍ଜୟ କୁମାର ଶୁଭବ୍ରତ ଆଚାର୍ଯ୍ୟ ଏଣ୍ଡାମେଣ୍ଟ ବିଭାଗ ବିଚାରଳାୟକୁ ବଦଳି ହୋଇଥିବାବେଳେ ଓକିଲ ସଂଘ ସଭାଗୃହରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ରୂପେ ଜିଲ୍ଲା ଅତିରିକ୍ତ ଦୌରାଜଜ୍ ତଥା କୁଜଙ୍ଗ ଏଡିଜେ ପାର୍ଥସାରଥୀ ପଟ୍ଟନାୟକ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ରୂପେ ଜେଏମ୍ଏଫସି ସୁନୀତା ମିଶ୍ର ଯୋଗ ଦେଇଥିଲେ। ଓକିଲ ସଂଘ ସଭାପତି ସୁଶାନ୍ତ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବର୍ଣ୍ଣାଢ୍ୟ ଉତ୍ସବରେ ପ୍ରାକ୍ତନ ସଭାପତି ଅମୃତ ଦାସ ସ୍ୱାଗତ ଭାଷଣ ଦେଇଥିବାବେଳେ ବରିଷ୍ଠ ଆଇନଜୀବୀ ସତ୍ୟାନନ୍ଦ ବିଶ୍ୱାଳ, ରମେଶ ଚନ୍ଦ୍ର ଦାସ, କୈଳାସ ଚନ୍ଦ୍ର ପରିଡା, ଏଏନ୍ ଡି ଯାଦବ, ଭାରତ ଭୂଷଣ ଦାସ, ସରକାରୀ ଓକିଲ ଦେବାଶିଷ କଣ୍ଠ ପ୍ରମୁଖ ଯୋଗଦେଇ ଏହି ଦୁଇ ବିଚାରପତିଙ୍କ ସହ ବିତାଇଥିବା ବହୁ ସ୍ମରଣୀୟ ଘଟଣାକୁ ମନେପକାଇବା ସହ ତାଙ୍କ କୁଶଳ କାମନା କରିଥିଲେ। ଶେଷରେ ଓକିଲ ସଂଘ ସମ୍ପାଦକ ଦାମୋଦର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଆଇନଜୀବୀ ପ୍ରଣୟ ପରିଜା, ପପୁ ମହାନ୍ତି, ରଞ୍ଜି ବିଶ୍ୱାଳ, ପ୍ରମୋଦ ବେହେରା, ଜ୍ଞାନରଞ୍ଜନ ବିଶ୍ୱାଳ, ପବିତ୍ର ନାୟକ, କାର୍ତ୍ତିକ ରାଉତ, ବିପିନ ବିହାରୀ ରାୟ ପଲାରୁ, ଅଧିକାରୀ ବାବୁଲି ଦାସ ପ୍ରମୁଖ ପରିଚାଳନା କରିଥିଲେ। ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.