Friday , August 12 2022
Breaking News
Home / ତାଜା ଖବର / ୨ ଟି ଟ୍ରକ୍ ମୁହାଁମୁହିଁ ଧକ୍କା, ୨ଜଣଙ୍କର ମୃତ୍ୟୁ, ୨ ଗୁରୁତର ଆହତ

୨ ଟି ଟ୍ରକ୍ ମୁହାଁମୁହିଁ ଧକ୍କା, ୨ଜଣଙ୍କର ମୃତ୍ୟୁ, ୨ ଗୁରୁତର ଆହତ

ନୂଆପଡ଼ା, ୩୧ /୦୭/୨୦୨୨(ଓଡ଼ିଶା ସମାଚାର)- ଗତକାଲି ବିଳମ୍ବିତ ରାତିରେ ୩୫୩ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୨ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୨ଟା ବେଳେ ନୂଆପଡ଼ା ଜିଲ୍ଲା କୋମନା ଥାନାର ତରବୋଡ଼ ଗାଁ ନିକଟରେ ୨ଟି ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଦୁଇ ଗୁରୁତର ଆହତଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତାହତଙ୍କ ପରିଚୟ ମିଳିପାରିନାହିଁ। ଗୋଟିଏ ଟ୍ରକ୍ ରାଜଖରିଆରରୁ ନୂଆପଡ଼ା ଆଡ଼କୁ ଆସିଥିବା ବେଳେ ଅନ୍ୟଟି ନୂଆପଡ଼ାର ଖରିଆର ଆଡ଼କୁ ଯାଉଥିଲା। ତରବୋଡ଼ ଗାଁ ନିକଟରେ ୨ ଟି ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଥିଲା, ତାହା ଜଣାପଡ଼ିନାହିଁ।ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ଓଡ଼ିଶା ସମାଚାର

About admin

Check Also

ବାପର ଟାଙ୍ଗିଆ ଚୋଟ ରେ ପୁଅର ମୃତ୍ୟୁ

ରାଜଗାଙ୍ଗପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ନୃଶଂସ ବାପର ଟାଙ୍ଗିଆ ଚୋଟ ରେ ପୁଅର ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣକ …

Leave a Reply

Your email address will not be published.