Friday , August 12 2022
Breaking News
Home / ଶିକ୍ଷା / ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ନିରାକାରପୁର, ୩୧/୭/୨୦୨୨(ଓଡ଼ିଶା ସମାଚାର)- ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ କାଇପଦରରେ ଅଧ୍ୟକ୍ଷ ତଥା ଇତିହାସ ବିଭାଗୀର ମୁଖ୍ୟ ଶ୍ରୀଯୁକ୍ତ ଅଶୋକ କୁମାର ରାୟସିଂହ ଓ ଅର୍ଥନୀତି ବିଭାଗର ମୁଖ୍ୟ ଅଧ୍ୟାପକ ଭାଗିରଥୀ ସାହୁ ଆଜି ତାଙ୍କ କାର୍ଯ୍ୟରୁ ଅବସର ନେଇଥିବାରୁ ଏହି ଉଦ୍ଧେଶ୍ୟରେ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଅଧ୍ୟାପକ ଶ୍ରୀଯୁକ୍ତ ତରୁଣକାନ୍ତି ରାୟଙ୍କ ସଭାପତିତ୍ୱରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ମହାବିଦ୍ୟାଳୟ ପରିସରରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଡ. ଜଗମୋହନ ପଟ୍ଟନାୟକ ମୁଖ୍ୟ ଅତିଥି ଅନ୍ୟତମ ପ୍ରାକନ୍ତ ଅଧ୍ୟକ୍ଷ ଡ. ମନୋଜ କୁମାର ସାମନ୍ତରାୟ ମୁଖ୍ୟ ବକ୍ତା ପ୍ରାକ୍ତନ କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ଦିଗମ୍ବର ବଳିୟାରସିଂହ ଓ ପ୍ରାକ୍ତନ ମୁଖ୍ୟ କିରାଣୀ ଶ୍ରୀଯୁକ୍ତ ଭିକାରୀ ଚରଣ ମାନସିଂହ ଯଥାକ୍ରମେ ସମ୍ମାନୀତ ଅତିଥି ଓ ସମ୍ମାନୀତ ବକ୍ତା ଭାବରେ ଯୋଗଦେଇ ଅବସର ନେଉଥିବା ଦୁଇ ବ୍ୟକ୍ତିତ୍ୱମାନଙ୍କର ଆଦର୍ଶ, ନିଷ୍ଠାପରତା ଓ ସମୟାନୁବର୍ତିତା ବିଷୟରେ ବକ୍ତବ୍ୟ ରଖିଥିଲେ । ମହାବିଦ୍ୟାଳୟର ପ୍ରତ୍ୟେକ ଅଧ୍ୟାପକ ଓ ଅଧ୍ୟାପିକା ଏହି ଦୁଇ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କର କାର୍ଯ୍ୟଦକ୍ଷତାକୁ ବର୍ଣ୍ଣନା କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ ଇତିହାସ ବିଭାଗର ଅଧ୍ୟାପକ ତଥା ଯୁବ ରେଡକ୍ରସର କାଉନ୍ସିଲର ଡ. ଜନ୍ମେଜୟ ଚୌଧୁରୀ, ପ୍ରାକ୍ତନ ଅଧ୍ୟକ୍ଷ ଓ ପ୍ରାକନ୍ତ କର୍ମଚାରୀମାନଙ୍କ ଦ୍ୱାରା ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କ ତରଫରୁ ଅବସର ନେଉଥିବା ଅଧ୍ୟକ୍ଷ ଓ ଅଧ୍ୟାପକ ଙ୍କୁ ଉତରୀୟ, ମାନପତ୍ର, ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଇଂରାଜୀ ବିଭାଗର ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ମାନସ କୁମାର ଜୟସିଂହ । ଓଡ଼ିଶା ସମାଚାର

About admin

Check Also

ସରପଞ୍ଚ ଙ୍କ ନିଆରା ପ୍ରୟାସ

Leave a Reply

Your email address will not be published.