Thursday , December 1 2022
Home / ଶିକ୍ଷା / ଲୋକନାଥ ମହାବିଦ୍ୟାଳୟ ଭାଷା ସାହିତ୍ୟ ବିଭାଗର ସମ୍ପାନ ଓ ବିଦାୟ ଉତ୍ସବ 

ଲୋକନାଥ ମହାବିଦ୍ୟାଳୟ ଭାଷା ସାହିତ୍ୟ ବିଭାଗର ସମ୍ପାନ ଓ ବିଦାୟ ଉତ୍ସବ 

ଗରଦପୁର, ୩୧/୭/୨୦୨୨(ଓଡ଼ିଶା ସମାଚାର)- ଲୋକନାଥ ମହାବିଦ୍ୟାଳୟ, ପାଟକୁରା ଓଡ଼ିଆ ଭାଷା ସାହିତ୍ୟ ବିଭାଗର ସମ୍ପାନ ଓ ବିଦାୟ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବରେ ବିଭାଗର ମୁଖ୍ୟ ଡ଼ ବିଚିତ୍ରା ମଂଜରୀ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲାବେଳେ ଅଧ୍ୟକ୍ଷ ଡ଼ ପ୍ରଦୀପ କୁମାର ପ୍ରଧାନ ଆନୁଷ୍ଠାନିକ ଭାବେ ଉତ୍ସବକୁ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ  କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଆସୋସିଏଟ ପ୍ରଫେସର , ଗାଳ୍ପିକ ଡ଼ ଗିରିଶ ଚନ୍ଦ୍ର ସାହୁ ଯୋଗଦେଇ “ସ୍ୱାଧିନତା ପରବର୍ତୀ ଓଡ଼ିଆ ଗଳ୍ପର ସ୍ଥାପତ୍ୟ ଓ ବୈଚିତ୍ର୍ୟ ” ଶୀର୍ଷକ ରେ ନିଜର ମତ ରଖିଥିଲେ ।  ସେ କହିଥିଲେ ଯେ ବିଜ୍ଞାନ ଯେଉଁ ସୁନ୍ଦର ଓ ସାର୍ଥକ ପୃଥିବୀ ଟିଏ ଗଢ଼ି ତୋଳିବାର ପ୍ରତିଶୃତି ରଖିଥିଲା, ତାହା କେବଳ ଏକ ଭୟଙ୍କର ଛଳନା ବ୍ୟତିତ ଆଉ କିଛି ନୁହେଁ । ଏକଥା ସ୍ୱାଧିନତା ପରବର୍ତୀ ଗାଳ୍ପିକମାନେ ଉପଲବ୍ଧô କରିଥିଲେ । ସ୍ୱାଧିନତାକୁ ସାହିତ୍ୟିକର  ମୁକ୍ତି ରୂପେ ଗ୍ରହଣ କରାଯାଇପାରେ ନାହିଁ । ସାହିତ୍ୟିକର ମୁକ୍ତି ଆସେ ନିଜ ଭିତରୁ । ସମାଜ ସାହିତ୍ୟ ସଂସ୍କୃତିର ଅଭ୍ୟୁଦୟ ପାଇଁ ୧୯୪୭ ମସିହା ଭାରତ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ସୀମାରେଖା ଅଙ୍କନ କରିଛି । ଏଥିପାଇଁ ସ୍ୱାଧିନତା ପରେ ପରେ ରଚିତ ହୋଇଥିବା ଓଡ଼ିଆ ଗଳ୍ପ ଗୁଡ଼ିକ ଜାତୀୟ ଓ ଆନ୍ତର୍ଜାତୀୟ ଚେତନାର ଅଧିକ ନିକଟବର୍ତୀ ହେବାକୁ ସକ୍ଷମ ହୋଇ ପାରିଛନ୍ତି  ବୋଲି ମୁଖ୍ୟ ଅତିଥି ଶ୍ରୀ ସାହୁ ମତ ବ୍ୟକ୍ତ କରିଥିଲେ । ଉତ୍ସବରେ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ପ୍ରାଧ୍ୟାପକ ନୀରୋଦ କୁମାର ଦାସ ଗୁରୁ ଶିଷ୍ୟର ମଧୁର ପରମ୍ପରା ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଉତ୍ସବ ପ୍ରାରମ୍ଭରେ ପ୍ରାଧ୍ୟାପକ ସୁରେନ୍ଦ୍ର କୁମାର ମହାରଣା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ବନ୍ଦେ ଉକ୍ରଳ ଜନନୀ ଗାନ କରାଯାଇଥିଲା । ଏହା ସହିତ କୁମାରୀ ଶ୍ରଦ୍ଧା ନୃତ୍ୟ ପରିବେଷଣ କରିଥିଲେ । ଆୟୋଜିତ ଉତ୍ସବରେ ୨ୟ ବର୍ଷର ଛାତ୍ର ଛାତ୍ରୀ ମାନଙ୍କୁ ୧ମ ଓ ୨ୟ ବର୍ଷର ଛାତ୍ର ଛାତ୍ରୀମାନେ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ । ୩ୟ ବର୍ଷର ବିଦାୟୀ ଛାତ୍ର ଅମିତ ପ୍ରଧାନ, ସ୍ୱତିସ୍ନୀଗ୍ଧା ମିଶ୍ର, ପାର୍ବତୀ ପଣ୍ଡିତ ବିଦାୟୀ ସମ୍ବର୍ଦ୍ଧନାର ଉତରରେ ନିଜର ବକ୍ତବ୍ୟ ରଖିଥିଲେ । ପରିଶେଷରେ ଅଧ୍ୟାପିକା ଡ଼ ଏଲିନା ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.