Thursday , December 1 2022
Breaking News
Home / ଶିକ୍ଷା / ପିକେ ଗୁରୁକୂଳ ଆଶ୍ରମରେ ସମ୍ବର୍ଦ୍ଧନା ଉତ୍ସବ 

ପିକେ ଗୁରୁକୂଳ ଆଶ୍ରମରେ ସମ୍ବର୍ଦ୍ଧନା ଉତ୍ସବ 

ଗରଦପୁର, ୩୧/୭/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ନିଶ୍ଚିନ୍ତା ଶାସନସ୍ଥିତ ପିକେ ଗୁରୁକୂଳ ଆଶ୍ରମ ବିଦ୍ୟାଳୟ ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ରାଉତ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜିବୀ ଶିବ ପ୍ରସାଦ ସିଂ, ମୁଖ୍ୟ ବକ୍ତା ଭାବେ ଯୋଗଗୁରୁ ଅନାମ ମୁନୀ , ସମ୍ମାନୀୟ ଅତିଥି ଭାବେ କେନ୍ଦ୍ରାପଡ଼ା ଆନନ୍ଦମାର୍ଗ ଯୋଗ ଆଶ୍ରମର ସନ୍ୟାସୀ ବିକାଶ ନନ୍ଦ ଅବଧୂତ , ପ୍ରାକ୍ତନ ଶିକ୍ଷକ ସାରଦା ପ୍ରସାଦ ଶତପଥି, କବି ପ୍ରଭାତ ପରିଡ଼ା, ସମାଜସେବୀ କେଦାରନାଥ ସାମନ୍ତରାୟ, ଅବସରପ୍ରାପ୍ତ ଶିକ୍ଷକ ବଳରାମ ଦାସ ପ୍ରମୁଖ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ପ୍ରତିଭା ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପ୍ରଥମେ ପରିବେଶ ସୁରକ୍ଷା ଓ ସଂରକ୍ଷଣ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ପରିବେଶବିତ ସନ୍ତୋଷ କୁମାର ଜେନାଙ୍କୁ ବୃକ୍ଷ ମିତ୍ର , ବିଶିଷ୍ଟ କଂଠ ଶିଳ୍ପୀ ଭାବେ ନୃସିଂହ ଚରଣ ନନ୍ଦ, ବିଶିଷ୍ଟ ତବଲା ବାଦକ ପ୍ରଶାନ୍ତ କୁମାର ପଣ୍ଡା,ସମାଜସେବୀ ପ୍ରତାପ ପରିଡ଼ା, ମାଟ୍ରିକ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା (ଏ ଗ୍ରେଡ଼ ପାଇଥିବା )ଛାତ୍ରୀ ଅମ୍ରିତା ନାୟକ , ସେନାଲୀ ସୁଚିସ୍ମିତା ଦାସ,ଲଭଲି ମହାପାତ୍ର ଓ ୫ମ ଶ୍ରେଣୀରେ ମେଧାବୀ ବୃତିଧାରୀ ସୁମିତ୍ରା ସାହୁ , ୩ୟ ଶ୍ରେୀ ମେଧାବୃତିରେ ସାଇ ଶୁଭଙ୍କର ବରାଳ , ପଠାଣି ସାମନ୍ତ ବୃତି ରେ ସାରଦା ପ୍ରସାଦ ସାହୁ ପ୍ରମୁଖ ଙ୍କୁ ଅତିଥିମାନେ ମାନପତ୍ର, ଉତରୀୟ , ପୁଷ୍ପ ଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଦିବାକର ସାହୁ ସ୍ୱାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷକ ବାବାଜୀ ପାତ୍ର, ସୁଷମା ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.