Friday , August 12 2022
Breaking News
Home / କୃଷି / ଗରଦପୁର ବ୍ଲକ୍ ର ସବୁ ପଂଚାୟତରେ ପ୍ରାଥମିକ କୃଷି ସମବାୟ ସମିତି ନାହିଁ

ଗରଦପୁର ବ୍ଲକ୍ ର ସବୁ ପଂଚାୟତରେ ପ୍ରାଥମିକ କୃଷି ସମବାୟ ସମିତି ନାହିଁ

ଗରଦପୁର,୩୧/୭/୨୦୨୨(ଓଡ଼ିଶା ସମାଚାର)- କୃଷିକୁ ସରକାର ଗୁରୁତ୍ୱ ଦେଉଥିବାବେଳେ କୃଷି ସହିତ ଅଙ୍ଗାଙ୍ଗିଭାବେ ଜଡ଼ିତ ସମବାୟ ବିଭାଗକୁ ସେତେ ଗୁରୁତ୍ୱ ଦିଆଯାଉନାହିଁ । କାରଣ ଆଜି ପର୍ଯ୍ୟନ୍ତ ପ୍ରତି ଗ୍ରାମ ପଂଚାୟତରେ ପ୍ରାଥମିକ କୃଷି ସମବାୟ ସମିତି ନାହିଁ । କେନ୍ଦ୍ରାପଡ଼ା ଜିଲାରେ ମୋଟ ୨୪୯ ଟି ଗ୍ରାମ ପଂଚାୟତ ଥିବାବେଳେ ଜିଲାରେ ମାତ୍ର ୧୨୯ ଟି ପ୍ରାଥମିକ କୃଷି ସମବାୟ ସମିତି ରହିଛି । ବର୍ତମାନ ଗରଦପୁର ବ୍ଲକ୍ ର କଥାକୁ ବିଚାର କଲେ ଜଣାଯାଏ ଯେ ଗରଦପୁର ବ୍ଲକ୍ ରେ ମୋଟ୍ ୧୮ ଗୋଟି ପଂଚାୟତ ରହିଛି । ସେଗୁଡ଼ିକ ହେଲା ବଡ଼ବେତ୍ରା, ମଧୁ ଶାସନ, ତେଣ୍ଡାକୁଡ଼ା, ପଳସୁଧା, ବନ୍ତଳା, ତଳକୁସୁମା, ଭଗବାନପୁର, ବଙ୍ଗାଳପୁର, ନଡ଼ିଆବରେଇ, ରାମଚନ୍ଦ୍ରପୁର, ତିକନପୁର, ସାନ ଅଢ଼ଙ୍ଗା, ପଦ୍ମପୁର, ବେଡ଼ାରୀ, ପାଟକୁରା, ପାଖଡ଼, ଗରଦପୁର ଓ କଳାବୁଦା । ଉପରୋକ୍ତ ୧୮ ଗୋଟି ପଂଚାୟତ ମଧ୍ୟରୁ ତେଣ୍ଡାକୁଡ଼ା, ବେଡ଼ାରୀ, ପାଖଡ଼, ଗରଦପୁର, ତଳକୁସୁମା, ନଡ଼ିଆବରେଇ, ବଙ୍ଗାଳପୁର,ସାନ ଅଢ଼ଙ୍ଗା, ବଡ଼ ବେତ୍ରା ଏହିପରି ମାତ୍ର ୯ ଗୋଟି ପ୍ରାଥମିକ କୃଷି ସମବାୟ ସମିତି ପ୍ରତଷ୍ଠା କରାଯାଇଛି । ତନ୍ମଧ୍ୟରୁ ବଡ଼ବେତ୍ରା ପ୍ରାଥମିକ କୃଷି ସମବାୟ ସମିତି ଟି ମାଲି ମୋକଦ୍ଧମା କାରଣରୁ କାମ କରୁନାହିଁ । ତେଣୁ ୧୮ ଗୋଟି ପଂଚାୟତରେ ମାତ୍ର ୮ ଗୋଟି ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟ କରୁଛି । ଯେଉଁ ଗ୍ରାମ ପଂଚାୟତ ଗୁଡ଼ିକରେ ପ୍ରାଥମିକ କୃଷି ସମବାୟ ସମିତି ନାହିଁ, ସେସବୁ ପଂଚାୟତରେ ପ୍ରାଥମିକ କୃଷି ସମବାୟ ସମିତି ଗଠନ ପାଇଁ ସମବାୟ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉନାହିଁ । ବର୍ତମାନ ସମବାୟ ବିଭାଗ ମନ୍ତ୍ରୀ କେନ୍ଦ୍ରାପଡ଼ା ଜିଲାର ତଥା ପାଟକୁରା ର ପୂର୍ବତନ ବିଧାୟକ ହୋଇଥିବାରୁ ଗରଦପୁର ବ୍ଲକ୍ ର ସମସ୍ତ ଗ୍ରାମ ପଂଚାୟତରେ ପ୍ରାଥମିକ କୃଷି ସମବାୟ ସମିତି ଗଠନ ପାଇଁ ଏହା ପ୍ରକୃଷ୍ଟ ସମୟ । କାରଣ ଏଭଳି ସୁଯୋଗ ଆଉ ଯେ କେବେ ଆସିବ ତାହା କହିହେବ ନାହିଁ । ଏହି ସୁଯୋଗକୁ ହାତଛଡ଼ା ନକରି ଏହାକୁ ଗୁରୁତ୍ୱର ସହିତ ବିଚାର କରି କେନ୍ଦ୍ରାପଡ଼ା ସହକାରୀ ସମବାୟ ନିବନ୍ଧକ , କଟକ ଡ଼ିଭିଜନ୍ ସମବାୟ ସମିତି ଉପନିବନ୍ଧକ ଓ କେନ୍ଦ୍ରାପଡ଼ା ଜିଲାପାଳ ଗରଦପୁର ବ୍ଲକ୍ ର ଯେଉଁ ଗ୍ରାମ ପଂଚାୟତ ରେ ପ୍ରାଥମିକ କୃଷି ସମବାୟ ସମିତି ନାହିଁ , ସେସବୁ ଗ୍ରାମ ପଂଚାୟତରେ ଏହାର ଗଠନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବ୍ଲକ୍ ରେ ଅବସ୍ଥାପିତ ସମବାୟ ସମ୍ପ୍ରସାରଣ ଅଧିକାରୀ ଙ୍କୁ ନିର୍ଦ୍ଧେଶ ଦେବାକୁ ସାଧାରଣରେ ଦାବି ହେଉଛି । ଉପରୋକ୍ତ ବିଷୟ ପ୍ରତି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି । ଓଡ଼ିଶା ସମାଚାର

About admin

Check Also

ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କେନ୍ଦ୍ରାପଡାରେ ପ୍ରତିବାଦ ଓ ଚକାଜାମ ଆନ୍ଦୋଳନ

କେନ୍ଦ୍ରାପଡ଼ା, ୩୧/୭/୨୦୨୨(ଓଡ଼ିଶା ସମାଚାର)- ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃତ୍ୱରେ ହୋଇଥିବା ଐତିହାସିକ ଆନ୍ଦୋଳନକାରୀ କୃଷକମାନଙ୍କୁ ଦେଇଥିବା ପ୍ରତିଶୃତିକୁ ମୋଦି ସରକାର …

Leave a Reply

Your email address will not be published.