Wednesday , September 28 2022
Breaking News
Home / ବିଶେଷ / ମନି ଲଣ୍ଡରିଂ ମାମଲାରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ସମ୍ପତ୍ତି ଆଟାଚ୍ କଲା ଇଡି

ମନି ଲଣ୍ଡରିଂ ମାମଲାରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ସମ୍ପତ୍ତି ଆଟାଚ୍ କଲା ଇଡି

କଟକ ସଦର, ୩୦ /୦୭/୨୦୨୨(ଓଡ଼ିଶା ସମାଚାର / ଵିଷ୍ଣୁ ବେହେରା): ଅଣସ୍ଵିକୃତି ପ୍ରାପ୍ତ ଜାଲ ସଂସ୍ଥା ଖୋଲି ଲୋକଙ୍କ ଠାରୁ ଟଙ୍କା ନେଇ ନଫେରାଇ ସଂସ୍ଥା ବନ୍ଦ କରିଵା ଅଭିଯୋଗରେ କଟକ ସଦର ତଥା ଚୈଦ୍ୱ।ର କଟକର ପୂର୍ଵତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ସ୍ଥାଵର ଅସ୍ଥାଵର ସମ୍ପତ୍ତିକୁ ଇଡି ( ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଆଜି ଶନିବାର ଆଟାଚ୍ କରିଥିବା ଜଣାପଡିଛି। ସମ୍ପତ୍ତିର ମୂଲ୍ୟ ୩ କୋଟି ୯୨ ଲକ୍ଷ ୨୦ ହଜାର ଟଙ୍କା ହେଵ ଵୋଲି ଆକଳନ କରାଯାଇଥିବା ବେଳେ ଆହୁରି ଖୋଳତାଡ଼ ଚାଲୁ ରହିଛି। ଏଥିସହିତ କଟକ ଷ୍ଟେଟ ବ୍ୟାଙ୍କରେ ଥିବା ୨୫ ଲକ୍ଷ ଟଙ୍କାକୁ ମଧ୍ୟ ଜଵତ କରାଯାଇଛି ଏବଂ ଜାଲ ସଂସ୍ଥା ମିଡିଆଗୁରୁ କନ୍ସଲଟାନ୍ସି ନୋଏଡା ର ମଧ୍ୟ ସମ୍ପତ୍ତି ଇଡି ଆଟାଚ୍ କରିଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ପ୍ରଭାତ ବିଶ୍ଵାଳ ଚିଟଫଣ୍ଡ ଠକେଇ ମାମଲାରେ ଛନ୍ଦି ହୋଇ ଜେଲ ଯାଇଥିଲେ। ପ୍ରଭାତଙ୍କ ସମ୍ପତ୍ତି ଆଟାଚ୍ ଖଵର ଜଣାପଡିଵା ପରେ କଟକ ସଦର ଓ ଚୈ।ଦ୍ୱ।ର କଟକ ସହିତ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି  । ଓଡ଼ିଶା ସମାଚାର

Leave a Reply

Your email address will not be published.