ଭୁବନେଶ୍ୱର,୩୦/୭/୨୦୨୨(ଓଡ଼ିଶା ସମାଚାର)-ରାଜ୍ୟସଭାରେ ବିଜେଡି ନେତା ନିଯୁକ୍ତ ହେଲେ ସସ୍ମିତ ପାତ୍ର । ରାଜ୍ୟସଭା ସଂସଦୀୟ ଦଳ ନେତା ଭାବେ ନିଯୁକ୍ତ ହୋଇଛନ୍ତି ସସ୍ମିତ ପାତ୍ର । ସେହିପରି ରାଜ୍ୟସଭାରେ ବିଜେଡି ଚିଫ୍ ହୁଇପ ଭାବେ ସୁଲତା ଦେଓଙ୍କୁ ଦଳରଯ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି । ପ୍ରେସ ବିବୃତ୍ତି ମାଧ୍ୟମରେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଏନେଇ ସୂଚନା ଦେଇଛନ୍ତି ।
ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାସଂଦ ସସ୍ମିତ ପାତ୍ର ଏବଂ ସୁଲତା ଦେଓଙ୍କୁ ନୂତନ ଦାୟିତ୍ୱ ଦେଇଥିବା ଜଣାଇଛନ୍ତି । ତେବେ ସସ୍ମିତ ନିଜର ପ୍ରତିଭାକୁ ସଂସଦରେ ପ୍ରକାଶିତ କରିଛନ୍ତି । ଏପରିକି ପୂର୍ବପରି ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନଲରେ ମଧ୍ୟ ରହିଛନ୍ତି । ଓଡ଼ିଶା ସମାଚାର
