Thursday , December 1 2022
Breaking News
Home / ବିଶେଷ / ପାରାଦ୍ୱୀପ ସରକାରୀ ଆଇ.ଟି.ଆଇ ରେ ଛାତ୍ରଛାତ୍ରୀ ଙ୍କର ନାମଲେଖା

ପାରାଦ୍ୱୀପ ସରକାରୀ ଆଇ.ଟି.ଆଇ ରେ ଛାତ୍ରଛାତ୍ରୀ ଙ୍କର ନାମଲେଖା

ଜଗତସିଂହପୁର ୩୦/୭/୨୦୨୨(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲାରେ ଏକମାତ୍ର ସରକାରୀ ଆଇ.ଟି.ଆଇ(ଶିଳ୍ପ ତାଲିମ ଅନୁଷ୍ଠାନ) ପାରାଦ୍ୱୀପ ଠାରେ ଚଳିତ ଶିକ୍ଷାବର୍ଷ ନିମନ୍ତେ ନାମଲେଖା କାର୍ଯ୍ୟ ଜାରୀ ରହିଛି । ଏହି ଅନୁଷ୍ଠାନରେ ଇଲେକ୍ଟ୍ରିକାଲ୍ରେ ୪୦,ଫିଟର ନିମନ୍ତେ ୨୦,ଆଟେଣ୍ଡାଣ ଅପରେଟର ୨୦ ଓ ଆସିଷ୍ଟାଣ ସି.ପି ନିମନ୍ତେ ୨୪ ଟି କୁ ମିଶାଇ ମୋଟ୍ ୧୦୪ ଟି ସିଟ୍ ରେ ନାମଲେଖା ଜାରୀ ରହିଛି । ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତ ମାନର ବୈଷୟିକ ଶିକ୍ଷା ପ୍ରଦାନ କରାଯିବ । ଛାତ୍ରଛାତ୍ରୀ ମାନଙ୍କୁ ଶିଳ୍ପ ପ୍ରଯୁଜ୍ୟ,ଦକ୍ଷ ଓ କୁଶଳୀ କରିବା ପାଇଁ ଏଠାରେ ଉନ୍ନତ ମାନର ଯନ୍ତ୍ରପାତି ଓ ଲାବୋରାଟୋରୀ ଉପକରଣ ରହିଛି । ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ଛାତ୍ରବୃତି ପ୍ରତ୍ୟେକ ବର୍ଗ ଓ ଶ୍ରେଣୀର ପିଲା ମାନଙ୍କୁ ଯୋଗାଇ ଦିଆଯିବ । ଛାତ୍ରଛାତ୍ରୀ ମାନେ ଏଠାରେ ପାଠପଢି ନିଜର ଭବିଷ୍ୟତ ଉଜ୍ୱଳ କରିବା ସହିତ ନିଯୁକ୍ତି ସୁଯୋଗ ପାଇ ପାରିବେ । ଏଠାରୁ ଛାତ୍ରଛାତ୍ରୀ ମାନେ ଉନ୍ନିତ ହେଲା ପରେ ପରାଦ୍ୱୀପ ରେ ଥିବା ବୃହତ ଶିଳ୍ପସଂସ୍ଥା ମାନଙ୍କରେ ନିଯୁକ୍ତି ସୁଯୋଗ ପାଇ ପାରିବେ । ଜଗତସିଂହପୁର ଜିଲ୍ଲାର ଇଛୁକ ଛାତ୍ରଛାତ୍ରୀ ମାନେ ଏହି ବୈଷୟିକ ଅନୁଷ୍ଠାନରେ ପଢିବାର ସୁଯୋଗ ନେବାକୁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଅଛି । ଓଡ଼ିଶା ସମାଚାର

Leave a Reply

Your email address will not be published.