Friday , August 12 2022
Breaking News
Home / ବ୍ୟବସାୟ ବାଣିଜ୍ୟ / ନୀଳକଣ୍ଠ ଟ୍ରେଡ଼ର୍ସ ପକ୍ଷରୁ ଚାରମୀନାର ଆଜବେଷ୍ଟସ କମ୍ପାନୀର କର୍ମଶାଳା

ନୀଳକଣ୍ଠ ଟ୍ରେଡ଼ର୍ସ ପକ୍ଷରୁ ଚାରମୀନାର ଆଜବେଷ୍ଟସ କମ୍ପାନୀର କର୍ମଶାଳା

ମାହାଙ୍ଗା,୩୦/୦୭/୨୦୨୨(ଓଡିଶା ସମାଚାର /ଅଭୟ ଜେନା)-ଘର କରିବାପାଇଁ ଅଧିକାଂଶ ଲୋକେ ଚାରମିନାର ଆଜବେଷ୍ଟସ ବ୍ୟବହାର କରୁଛନ୍ତି । ଏହି ଘର ତିଆରି କାର୍ୟ୍ୟରେ ନିୟୋଜିତ କୁଶଳୀ ମିସ୍ତ୍ରୀ ମାନଙ୍କୁ ନେଇ କମ୍ପାନୀ ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ମାହାଙ୍ଗା ବ୍ଲକ କଲ୍ୟାଣପୁରସ୍ଥିତ ନୀଳକଣ୍ଠ ଟ୍ରେଡ଼ର୍ସ ଅନୁକୁଲ୍ୟରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଅଖିଳେଶ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଚାରମିନାର କମ୍ପାନୀର ଷ୍ଟେଟହେଡ଼ ଆଶୁତୋଷ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ବ୍ୟବସାୟରେ ବିଶ୍ୱାସନୀୟତା ଏବଂ ସାମଗ୍ରୀ ଯୋଗାଣରେ ଉତ୍କର୍ଷତା ବଜାୟ ରଖିବାକୁ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟବକ୍ତା ଭାବେ କମ୍ପାନୀର ମାର୍କେଟିଙ୍ଗ ଅଫିସର ଶାଶ୍ୱତ ମିଲନ ଦାଶ ଯୋଗଦେଇ ଗ୍ରାହକ କିପରି ଉତ୍ତମ ମାନର ଆଜବେଷ୍ଟସ ପାଇପାରିବେ ସେଥିପ୍ରତି ଧ୍ୟାନ୍ନ ଦେବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ସମିତିସଭ୍ୟ ତଥା ସମବାୟବିତ ନିହାର ରଞ୍ଜନ ପଣ୍ଡା,ପୂର୍ବତନ ସରପଞ୍ଚ ହେମନ୍ତ ପ୍ରଧାନ, ଯୁବସାମ୍ବାଦିକ ଲକ୍ଷ୍ମୀଧର ଖୁଣ୍ଟିଆ,ସାମ୍ବାଦିକ ରମେଶ ସାହୁ ଏବଂ ଅଶୋକ ଦାଶ ଯୋଗଦେଇ ଚାରମିନାର ଆଜବେଷ୍ଟସର ଉପାଦେୟତା ସମ୍ପର୍କରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ । ନୀଳକଣ୍ଠ ଟ୍ରେଡ଼ର୍ସର ପ୍ରୋପାଇଟର ରବୀନ୍ଦ୍ର ପୃଷ୍ଟି ଏବଂ ସୁଶାନ୍ତ ଦାସ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । କର୍ମଶାଳାରେ ଉପସ୍ଥିତ ପଚାଶରୁ ଉର୍ଦ୍ଧ୍ଵ କୁଶଳୀ କାରିଗର ମାନଙ୍କୁ କମ୍ପାନୀ ପକ୍ଷରୁ ବ୍ୟାଗ ଓ ଟୋପି ଯୋଗା ଦିଆଯାଇଥିଲା । ନୀଳକଣ୍ଠ ଟ୍ରେଡ଼ର୍ସର ମ୍ୟାନେଜର ସୁକାନ୍ତ ପୃଷ୍ଟି ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ସରକାରୀ ପ୍ରୋତ୍ସାହନ ମିଳୁନି: ତଥାପି ମନୋବଳ ଭାଙ୍ଗିନି

ନିଜସ୍ୱ ପାଣ୍ଠି ଓ ଉଦ୍ୟମରେ ରାକ୍ଷୀ ବଜାର ଚାହିଦା ପୂରଣ କରୁଛନ୍ତି ମହିଳା ଗୋଷ୍ଠୀ –  ଜଙ୍କିଆ ଶ୍ରୀ ଜଗନ୍ନାଥ …

Leave a Reply

Your email address will not be published.