କଟକ ସଦର, ୩୦ /୦୭/୨୦୨୨(ଓଡ଼ିଶା ସମାଚାର / ଵିଷ୍ଣୁ ବେହେରା): କଟକ ସଦର ନିର୍ବାଚନମଣ୍ଡଳୀର ତିନୋଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ତେଲେଙ୍ଗାପେଣ୍ଠ ର ଗାନ୍ଧୀ ସ୍ମୃତି ଭଵନ,ନେମାଳର ଅଚ୍ୟୁତାନନ୍ଦଙ୍କ ପୀଠ ଓ ପରମହଂସ ର ପରମହଂସନାଥ ଶୈଵ ପୀଠର ଉନ୍ନତି ପାଇଁ କଟକ ସଦର ଵିଧାୟକ ଚନ୍ଦ୍ର ସାରଥି ବେହେରା ବିଧାନସଭାରେ ବାଚସ୍ପତିଙ୍କ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ତିନୋଟି ପ୍ରମୁଖ ସ୍ଥଳୀକୁ ପର୍ଯ୍ୟଟନ ସ୍ଥଳୀ ଭାବେ ଘୋଷଣା କରାଯାଇଥିଲା ବେଳେ ଦୀର୍ଘ ଦିନ ଧରି
କୈ।ଣସି ଆଖିଦୃଶିଆ ଉନ୍ନତି ହୋଇପାରିନାହିଁ।ଏହାର ଉନ୍ନତିକରଣ ପାଇଁ ପ୍ରଶ୍ନ ପଚାରିବା ସହିତ ଉତ୍ତର ଚାହିଁ ଥିଲେ। ବିଭାଗୀୟ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର କହିଥିଲେ ଯେ ଏହି ତିନୋଟି କ୍ଷେତ୍ରର ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ଏବଂ ଯଥାଶୀଘ୍ର ପ୍ରକ୍ରିୟା ଆରମ୍ଭ ହେଵ । ଓଡ଼ିଶା ସମାଚାର