Wednesday , September 28 2022
Breaking News
Home / ବିଶେଷ / ହଳଦିଆଗଡ଼ାରେ ଦୂର୍ଘଟଣା, ଜଣେ ମୃତ

ହଳଦିଆଗଡ଼ାରେ ଦୂର୍ଘଟଣା, ଜଣେ ମୃତ

ମାର୍ଶାଘାଇ,୨୯/୭/୨୦୨୨(ଓଡ଼ିଶା ସମାଚାର)- ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ର ହଳଦିଆଗଡା ଛକରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଛି। ଗୋଟିଏ ଟ୍ରକ୍ ପଛରେ ଆଉ ଗୋଟିଏ ଟ୍ରକ୍ ଟ୍ରକ୍ ପିଟି ହୋଇଯିବା ଫଳରେ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ଜଣଙ୍କ ଗଞ୍ଜାମ ଜିଲ୍ଲା ବଡନନ୍ଦା ଗାଁର ଟୁନା ମାଝୀ ବୋଲି ଜଣାପଡିଛି । ଟ୍ରକ୍ ପଛରେ ଟ୍ରକ୍ଟି ପିଟି ହେବା ପରେ ଡ୍ରାଇଭର ଜଣଙ୍କ ଗାଡି ଭିତରେ ଚାପି ହୋଇ ରହିଥିଲେ । ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସ କଟରରେ ଗାଡିକୁ କାଟି ତାଙ୍କୁ ବାହାର କରିଥିଲେ । ଗୁତୁତର ଅବସ୍ଥାରେ ଉଦ୍ଧାର କରାଯାଇ ତାଙ୍କୁ କେନ୍ଦ୍ରାପଡା ଜିଲା ହସପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.