Friday , August 12 2022
Breaking News
Home / ରାଜନୀତି / କଳାହାଣ୍ଡି ଜ଼ିଲ୍ଲା ଯୁବ କଂଗ୍ରେସ କମିଟି ତରଫରୁ ବିଜେପି ନେତ୍ରୀ ସ୍ମୃତି ଇରାନୀ ଙ୍କ କୁଶ ପୁତ୍ତଳିକା ଦାହ

କଳାହାଣ୍ଡି ଜ଼ିଲ୍ଲା ଯୁବ କଂଗ୍ରେସ କମିଟି ତରଫରୁ ବିଜେପି ନେତ୍ରୀ ସ୍ମୃତି ଇରାନୀ ଙ୍କ କୁଶ ପୁତ୍ତଳିକା ଦାହ

ଜୁନାଗଡ଼ ,୨୯/୭/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ ) -କଳାହାଣ୍ଡି ଜ଼ିଲ୍ଲା ଯୁବ କଂଗ୍ରେସ କମିଟି ତରଫ ରୁ ଆଜି ସନ୍ଧ୍ୟା ରେ ଜୁନାଗଡ଼ ଥାନା ସମ୍ମୁଖରେ ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିଜେପି ନେତ୍ରୀ ସ୍ମୃତି ଇରାନି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଙ୍କୁ ସଂସଦ ରେ ଆକ୍ଷେପ ପୂର୍ବକ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ରୁ ଏହାର ଘୋର ବିରୋଧ କରିବା ସହ ଜୁନାଗଡ଼ ଥାନା ସମ୍ମୁଖରେ ସ୍ମୃତି ଇରାନି ଙ୍କ କୁଶ ପୁତ୍ତଳିକା ଦାହ ଜ଼ିଲ୍ଲା ଯୁବ କଂଗ୍ରେସ କମିଟି ତରଫରୁ କରାଯାଇଥିଲା । ଏହି ଅବସରରେ ରେ କଳାହାଣ୍ଡି ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ, ବରିଷ୍ଠ କଂଗ୍ରେସ ନେତା ପ୍ରଭାତ ଦାସ, ଜୁନାଗଡ଼ ନଗର ସଭାପତି ଅମିତ ଅଗ୍ରୱାଲ,ନଗର ଯୁବ ସଭାପତି କୁମୁଦ ଗହୀର, ଧର୍ମଗଡ଼ ବିଧାନସଭା ଯୁବ କଂଗ୍ରେସ ସଭାପତି ଡାକେଶ୍ୱର ଲହଜଳ,ଜୁନାଗଡ଼ ବିଧାନସଭା ଯୁବ କଂଗ୍ରେସ ସଭାପତି ଅନିଲ ମଲ୍ଲିକ, ଗୋଲାମୁଣ୍ଡା ବ୍ଲକ ଯୁବ ସଭାପତି ଲମ୍ବୋଦର ଜାଲ, କଳାହାଣ୍ଡି ଜ଼ିଲ୍ଲା ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୋନୁ ଶ୍ରୀବାସ୍ତବ, ଶରତ ଖମାରି, ପୁନମ ଗୁପ୍ତା, ନୀଳାମ୍ବର ସରାଫ, ଉମେଶ ସରାଫ ପ୍ରମୁଖ ଏହି କାର୍ୟ୍ୟକ୍ରମ ରେ ଭାଗ ନେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଜନଶକ୍ତି ପାର୍ଟି ପକ୍ଷରୁ ଓଡ଼ିଆ ବଂଚାଅ ଅଭିଯାନ 

ଗରଦପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ପାଟକୁରା ଥାନା ନିକଟସ୍ଥ କହ୍ନେଇଲାଲ ଜୀଉ ପ୍ରାଙ୍ଗଣରେ ଆଜି ଅପରାହ୍ନରେ ଜନ ଶକ୍ତି ପାର୍ଟି ପକ୍ଷରୁ …

Leave a Reply

Your email address will not be published.