Wednesday , September 28 2022
Breaking News
Home / ବିଶେଷ / କଳାଗ୍ନୀ ଛକ ଠାରେ ଦୁଇ ଗାଡି ମଧ୍ୟରେ ମୁହାଁ ମୁହିଁ ଧକ୍କା :ଜଣେ ମହିଳା ମୃତ, ତିନି ଗୁରୁତର

କଳାଗ୍ନୀ ଛକ ଠାରେ ଦୁଇ ଗାଡି ମଧ୍ୟରେ ମୁହାଁ ମୁହିଁ ଧକ୍କା :ଜଣେ ମହିଳା ମୃତ, ତିନି ଗୁରୁତର

ସାଲେପୁର, ୨୯/୦୭/୨୦୨୨(ଓଡିଶା ସମାଚାର/ ଅଭୟ ଜେନା)- କଟକ ଚାନ୍ଦବାଲି ରାସ୍ତା ର କଳାଗ୍ନୀ ଛକ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସୂଚନା ମୁତାବକ କଟକ ଆଡୁ ପଟାମୁଣ୍ଡାଇ ଅଭିମୁଖେ ଏକ ଟାଟା ମ୍ୟାକ୍ସିମା ଗାଡିରେ କେତେକ ଯାତ୍ରୀ ଆସୁଥିବା ସମୟରେ ସାମ୍ନା ରୁ ଆସୁଥିବା ଏକ ସାର ବୋଝେଇ ପିକଅପ ଭ୍ୟାନ ଧକ୍କା ଦେବା ଫଳରେ ଜଣେ ମହିଳା ଙ୍କ ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ତିନିଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ସାଲେପୁର ଅଗ୍ନିଶମ କର୍ମଚାରୀ ଓ ସାଲେପୁର ଥାନା ପୋଲିସ ପହଁଞ୍ଚି ଦୁର୍ଘଟଣା ର ଶିକାର ହୋଇଥିବା ବ୍ୟକ୍ତି ମାନଙ୍କୁ ସାଲେପୁର ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇବା ସହ ରାସ୍ତାରେ ରେ ପଡି ରହିଥିବା ଗାଡି ଦୁଇଟି ଓ ରାସ୍ତା ରେ ପଡ଼ିଥିବା ସାର ସବୁକୁ ରାସ୍ତାରୁ ହଟାଇ ଥିଲେ । ଓଡିଶା ସମାଚାର

Leave a Reply

Your email address will not be published.