Wednesday , September 28 2022
Breaking News
Home / ବିଶେଷ / ଅମ୍ବାଭୋନା ତହସିଲ ର ବରିଷ୍ଠ ରାଜସ୍ବ ସହାୟକ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ

ଅମ୍ବାଭୋନା ତହସିଲ ର ବରିଷ୍ଠ ରାଜସ୍ବ ସହାୟକ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ

କଟକ, ୨୯/୭/୨୦୨୨(ଓଡ଼ିଶା ସମାଚାର)- ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ୱ ସହାୟକ। ବରଗଡ଼ ଜିଲ୍ଲା ଅମ୍ବାଭୋନା ତହସିଲ ଅଫିସର ବରିଷ୍ଠ ରାଜସ୍ବ ସହାୟକ ବଳରାମ କଲାରୀ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ରାଜ୍ୟ ଦୁର୍ନିତୀ ନିବାରଣ ନିର୍ଦ୍ଧେଶାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏକ ପୈତୃକ ସମ୍ପତ୍ତିର ଭାଗବଣ୍ଟୁଆରା ମାମଲାରେ ରିପୋର୍ଟ ପ୍ରସ୍ତୁତ କରି ଦେବା ପାଇଁ ଡୁଙ୍ଗୁରିର ନିତାଶ କୁମାର ପ୍ରଧାନଙ୍କ ଠାରୁ ବରଗଡ଼ ଜିଲ୍ଲା ଅମ୍ବାଭୋନା ତହସିଲ ଅଫିସର ବରିଷ୍ଠ ରାଜସ୍ବ ସହାୟକ ବଳରାମ କଲାରୀ ୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏ ନେଇ ସମ୍ବଲପୁର ଭିଜିଲାନ୍ସ ଡିଭିଜନରେ ଏକ ମାମଲା ରୁଜୁ ହୋଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.