Friday , August 12 2022
Breaking News
Home / କୃଷି / ଚିତ୍ରୋତ୍ପଳା କୃଷକ ଉତ୍ପାଦିକା ସଂଗଠନ ଗଠିତ 

ଚିତ୍ରୋତ୍ପଳା କୃଷକ ଉତ୍ପାଦିକା ସଂଗଠନ ଗଠିତ 

ଗରଦପୁର,୨୭/୭/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ରେ କୃଷି ଓ କୃଷକର  ଉନ୍ନତି ପାଇଁ ଗରଦପୁର ବ୍ଲକ୍ ର ଅଗ୍ରଣୀ କୃଷକ ମାନେ ଏକାଠି ହୋଇଛନ୍ତି । ଗରଦପୁର ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜି ଗରଦପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ଅଗ୍ରଣି ମହିଳା ଓ ପୁରୁଷ ଚାଷୀ ମାନଙ୍କର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗଦେଇ ଅଂଚଳର ଚାଷୀମାନେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ।  କୃଷି ଓ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ସଠିକ ବଜାର ଓ ମୂଲ୍ୟାୟନ ପାଇଁ ଅଗ୍ରଣି ଚାଷୀମାନେ ଚିତ୍ରୋତ୍ପଳା କୃଷକ  ଉତ୍ପାଦିକା ସଂଘ ଗଠନ କରିଛନ୍ତି । ୧୦ ଜଣଙ୍କୁ ନେଇ ଗଠିତ ଏହି ସଂଘର ମ୍ୟାନେଜିଂ ଟ୍ରଷ୍ଟି ବିଜନ ରାୟ ଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଛି । ଏହି ୧୦ ଜଣିଆ ପରିଚାଳନା ସମିତି ରେ ଅନ୍ୟ ମାନଙ୍କ ମଧ୍ୟରେ ଅଗ୍ରଣି କୃଷକ ସର୍ବଶ୍ରୀ ଜଟାଧାରୀ ରାଉତ,ଚିନ୍ମୟୀ ପରିଡ଼ା,ସସ୍ମିତା ରାଉତ,ମମତା ମଲିକ,ତ୍ରିଲୋଚନ ବିଶ୍ୱାଳ,ଗୌରାଙ୍ଗ ଚରଣ ପରିଡ଼ା, ଅଭୟ ମଲ, ଦୀପକ ବିଶ୍ୱାଳ,ପ୍ରଶାନ୍ତ କୁମାର ସେଠୀ ପ୍ରମୁଖ ରହିଛନ୍ତି । ଓଡ଼ିଶା ର ଅଗ୍ରଣି ସ୍ୱେଛାସେବୀ ଅନୁଷ୍ଠାନ ଗ୍ରାମ ଉତ୍ଥାନ ସହିତ ଯୋଗସୂତ୍ର ସ୍ଥାପନ କରି ଏହି ସଂଗଠନ କୃଷି କ୍ଷେତ୍ର ସହିତ କୃଷକ ର ଜୀବନ ଜିବୀକା ରେ ବିକାଶ ଘଟାଇବା ପାଇଁ ନୀରନ୍ତର ପ୍ରୟାସ ଜାରି ରଖିବ ବୋଲି ଏହି ସଂଗଠନର ମାର୍ଗ ଦର୍ଶକ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ମହାରାଜ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କେନ୍ଦ୍ରାପଡାରେ ପ୍ରତିବାଦ ଓ ଚକାଜାମ ଆନ୍ଦୋଳନ

କେନ୍ଦ୍ରାପଡ଼ା, ୩୧/୭/୨୦୨୨(ଓଡ଼ିଶା ସମାଚାର)- ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃତ୍ୱରେ ହୋଇଥିବା ଐତିହାସିକ ଆନ୍ଦୋଳନକାରୀ କୃଷକମାନଙ୍କୁ ଦେଇଥିବା ପ୍ରତିଶୃତିକୁ ମୋଦି ସରକାର …

Leave a Reply

Your email address will not be published.