Friday , August 12 2022
Breaking News
Home / କୃଷି / ଖରିଫ ଋତୁ ପାଇଁ ୧୨୯୫ ପାଣି ପଂଚାୟତ ଦ୍ୱାରା ହେବ ଜଳସେଚନ

ଖରିଫ ଋତୁ ପାଇଁ ୧୨୯୫ ପାଣି ପଂଚାୟତ ଦ୍ୱାରା ହେବ ଜଳସେଚନ

କେନ୍ଦ୍ରାପଡ଼ା,୨୬/୭/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲ୍ଲାରେ ଖରିଫ ଋତୁ ପାଇଁ ବିହନ ବୁଣା କାର୍ଯ୍ୟ ଚାଲିଛି । କେତେକ ସ୍ଥାନରେ ତଳି ମଧ୍ୟ ଉଠିଲାଣି । ଏହାପରେ ତଳି ରୁଆ ହେବ । ତଳି ରୁଆ ହେବା ପରେ ବିଲକୁ ଜଳସେଚନର ଆବଶ୍ୟକତା ରହିଛି । ସେଥିପାଇଁ ଜିଲ୍ଲାରେ ୧୨୯୫ ପାଣି ପଂଚାୟତକୁ ନିର୍ଦେଶ ଦିଆଯାଇଛି । ସେମାନେ ଚାଷ ଜମିକୁ ଉଠା ଜଳସେଚନ ଜରିଆରେ ପାଣି ଯୋଗାଇଦେବେ । ଏ ନେଇ ଉଠା ଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ଅଜୟ କୁମାର ପ୍ରଧାନ ପାଣି ପଂଚାୟତଗୁଡିକୁ ନିର୍ଦେଶ ଦେଇଥିବା କହିଛନ୍ତି । ନିର୍ବାହୀ ଯନ୍ତ୍ରୀ ଇଂ. ପ୍ରଧାନ କହିଛନ୍ତି ଖରିଫ ଋତୁ ପାଇଁ ଜିଲ୍ଲାର ୯ଟି ଯାକ ବ୍ଲକରେ ସଚଳ ଥିବା ୧୨୯୫ ଉଠା ଜଳସେଚନ ପଏଦ୍ୱାରା ଜିଲ୍ଲାରେ ଥିବା ୨୪ ହଜାର ୭୦୫ ହେକ୍ଟର ଚାଷ ଜମିକୁ ଜଳସେଚିତ କରାଯିବ । ଆଳି ବ୍ଲକରେ ୨୭୧ଟି ପାଣି ପଂଚାୟତ ୫୫୦୫ ହେକ୍ଟର ଜମିକୁ ଜଳସେଚିତ କରିବେ, ଡେରାବିଶ ବ୍ଲକରେ ୬୩ଟି ପାଣି ପଂଚାୟତ ଦ୍ୱାରା ୯୯୪ ହେକ୍ଟର, ଗରଦପୁର ବ୍ଲକରେ ୧୦୨ ପାଣି ପଂଚାୟତ ୧୫୨୩ ହେକ୍ଟର, କେନ୍ଦ୍ରାପଡ଼ା ବ୍ଲକରେ ୭୫ ପାଣି ପଂଚାୟତ ୧୪୫୦ ହେକ୍ଟର, ମାର୍ଶାଘାଇ ବ୍ଲକରେ ୧୨୯ ପାଣି ପଂଚାୟତ ୨୬୪୨ ହେକ୍ଟର, ମହାକାଳପଡ଼ାରେ ୧୭୩ ପାଣି ପଂଚାୟତ ୩୫୬୩ ହେକ୍ଟର, ପଟ୍ଟାମୁଣ୍ଡାଇ ୧୩୬ ପାଣି ପଂଚାୟତ ୨୫୩୫ ହେକ୍ଟର, ରାଜକନିକା ବ୍ଲକରେ ୨୨୨ ପାଣି ପଂଚାୟତ ୪୩୧୯ ହେକ୍ଟର, ରାଜନଗର ବ୍ଲକରେ ୧୨୪ ପାଣି ପଂଚାୟତ ୨୧୭୪ ହେକ୍ଟର ଜମିକୁ ଜଳସେଚିତ କରିବା ପାଇଁ ନିର୍ଦେଶ ଦିଆଯାଇଛି । ଏହାଦ୍ୱାରା ଖରିଫ ଧାନଚାଷ ଭଲ ହେବ ବୋଲି ଇଂ. ପ୍ରଧାନ କହିଛନ୍ତି । ଜିଲ୍ଲାରେ ସମୁଦାୟ ୧୮୫୧ ଉଠା ଜଳସେଚନ ପଏନ୍ଟ ଥିବା ବେଳେ ସେଥି ମଧ୍ୟରୁ ୧୨୯୫ଟି ସଚଳ ଥିବା ବେଳେ ୬୩୮ଟି ଅଚଳ ହୋଇ ପଡିଛି । ସଚଳ ଥିବା ଉଠା ଜଳସେଚନ ପଏନ୍ଟଗୁଡିକୁ ପାଣି ପଂଚାୟତ ଜରିଆରେ କାର୍ଯ୍ୟକାରୀ କରାଯାଉଛି ବୋଲି କେନ୍ଦ୍ରାପଡା ଉଠା ଜଳ ସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଧାନ କହିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କେନ୍ଦ୍ରାପଡାରେ ପ୍ରତିବାଦ ଓ ଚକାଜାମ ଆନ୍ଦୋଳନ

କେନ୍ଦ୍ରାପଡ଼ା, ୩୧/୭/୨୦୨୨(ଓଡ଼ିଶା ସମାଚାର)- ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃତ୍ୱରେ ହୋଇଥିବା ଐତିହାସିକ ଆନ୍ଦୋଳନକାରୀ କୃଷକମାନଙ୍କୁ ଦେଇଥିବା ପ୍ରତିଶୃତିକୁ ମୋଦି ସରକାର …

Leave a Reply

Your email address will not be published.