Friday , August 12 2022
Breaking News
Home / କ୍ରୀଡ଼ା / ୨୫ତମ ପ୍ରତିଷ୍ଠା ଦିବସ ଅବସରରେ ବିଜେଡିର ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍- – –

୨୫ତମ ପ୍ରତିଷ୍ଠା ଦିବସ ଅବସରରେ ବିଜେଡିର ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍- – –

ଛାତ୍ର-ଯୁବ ବିଜେଡିକୁ ୨-୧ରେ ହରାଇଲା ବିଧାୟକ ଏକାଦଶ

ଭୁବନେଶ୍ୱର,୨୫ /୦୭/୨୦୨୨(ଓଡ଼ିଶା ସମାଚାର)-  ବିଜୁ ଜନତା ଦଳ (ବିଜେଡି) ପ୍ରତିଷ୍ଠାର ୨୫ ବର୍ଷ ପୂର୍ତ୍ତି ଅବସରରେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ କଳିଙ୍ଗ ଷ୍ଟାଡିୟମ୍ ରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍ ବଲ୍ ମ୍ୟାଚ୍ ଆୟୋଜିତ ହୋଇଯାଇଛି। ବିଜୁ ଯୁବ ଜନତା ଦଳ ସଭାପତି ଡ. ବ୍ୟୋମକେଶ ରାୟ ଏବଂ ବିଜୁ ଛାତ୍ର ଜନତା ଦଳ ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ବିଧାୟକ ଏକାଦଶ ଏବଂ ଯୁବ-ଛାତ୍ର ଏକାଦଶ ମଧ୍ୟରେ ମ୍ୟାଚ୍ ଖେଳାଯାଇ ଥିଲା। ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏଥିରେ ବିବିଧାୟକ ଏକାଦଶ ଯୁବ-ଛାତ୍ର ଏକାଦଶଙ୍କୁ  ୨-୧ ଗୋଲ୍ ରେ ପରାସ୍ତ କରିଥିଲେ। ବିଧାୟକ ଏକାଦଶର ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଅଧିନାୟକ ଦାୟିତ୍ୱ ତୁଲାଇ ଥିବା ବେଳେ ଯୁବ-ଛାତ୍ର ଏକାଦଶ ଦଳର ଡ. ବ୍ୟୋମକେଶ ରାୟ ଅଧିନାୟକତ୍ୱ ତୁଲାଇଥିଲେ। ଏହା ପରେ ରାଜ୍ୟର ପ୍ରତ୍ୟେକ ବ୍ଲକ ଏବଂ ୱାର୍ଡସ୍ତରରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ ଆୟୋଜିତ ହେବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ବିଧାୟକଏକାଦଶ ଦଳରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗୋଲ୍ କିପର୍ ଦାୟିତ୍ୱ ତୁଲାଇଥିଲେ। ଉଭୟ ଟିମ୍ ର ଖେଳାଳି ବେଶ୍ ଲଢ଼ୁଆ ପ୍ରଦର୍ଶନ କରିଥିଲେ। ମ୍ୟାଚର ପ୍ରଥମାର୍ଦ୍ଧରେ ଉଭୟ ଦଳ ପକ୍ଷରୁ ଗୋଟିଏ ଲେଖାଏଁ ଗୋଲ୍ ହୋଇଥିଲା। ମ୍ୟାଚ୍ ର ଦ୍ୱିତୀୟାର୍ଦ୍ଧରେ ବିଧାୟକ ଏକାଦଶ ଆଉ ଏକ ଗୋଲ୍ କରି ୨-୧ରେ ମ୍ୟାଚ୍ ବିଜୟୀ ହୋଇଥିଲେ। ବିଧାୟକ ଏକାଦଶ ପକ୍ଷରୁ ଡ. ଅରୁଣ କୁମାର ସାହୁ ଏବଂ ବିବ୍ୟ ଶଙ୍କର ମିଶ୍ର ଗୋଟିଏ ଲେଖାଏଁ ଗୋଲ୍ ଦେଇଥିବା ବେଳେ ଯୁବ-ଛାତ୍ର ଏକାଦଶ ପକ୍ଷରୁ କଟକ ଜିଲ୍ଲା ସଭାପତି ସ୍ମୃତି ରଞ୍ଜନ ନାୟକ ଗୋଟିଏ ଗୋଲ କରିଥିଲେ। ବିଧାୟକ ପ୍ରଣବ ବଳବନ୍ତରାୟ, ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଅଶୋକ ଚନ୍ଦ୍ର ପଣ୍ଡା, ନିରଞ୍ଜନ ପୂଜାରୀ, ପ୍ରଦୀପ ଅମାତ, ପ୍ରତାପ ଦେବ, ତୁଷାରକାନ୍ତି  ବେହେରା, ଅଶ୍ୱିନୀ ପାତ୍ର, ପ୍ରଫୁଲ୍ଲ ସାମଲ, ବିଧାୟକ ସୁଶାନ୍ତ ରାଉତ, ଧ୍ରୁବ ଚରଣ ସାହୁ, ସଞ୍ଜୀବ ମଲ୍ଲିକ୍ , ପ୍ରଶାନ୍ତ ବେହେରା, ସୁଧୀର ସାମଲ, ଜଗନ୍ନାଥ ନାୟକ, ଜ୍ୟୋତିନ୍ଦ୍ରନାଥ ମିତ୍ର, ରାଜେନ୍ଦ୍ର ସାହୁ, ଭାଗିରଥୀ ସେଠୀ, କିଶୋର ନାୟକ, ସୌଭିକ ବିଶ୍ୱାଳ, ଚନ୍ଦ୍ରମଣି କହଁର ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସେହିପରି ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକ, ଶୁଭେନ୍ଦୁ ମଙ୍ଗରାଜ, ବରିଷ୍ଠ ଉପସଭାପତି ଧୃତିରଞ୍ଜନ ମାର୍ଥା, ଭୁବନେଶ୍ୱର ଜୋନ୍ ସଭାପତି ବିଜୟ କେତନ ସାହୁ, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ନାୟକ, ବାଣୀ କଲ୍ୟାଣ ମହାନ୍ତି, କଟକ ଜିଲ୍ଲା ସଭାପତି ସ୍ମୃତି ରଞ୍ଜନ ନାୟକ, ବରଗଡ଼ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ସମ୍ପାଦକ ଆଫତାବ ଆଲାମ ଖାନ୍ , ଛାତ୍ର ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ରାଜେଶ ରାଜ ସ୍ୱାଇଁ, ବରିଷ୍ଠ ଉପସଭାପତି ଅଜିତ କୁମାର ବେହେରା, ସାଧାରଣ ସମ୍ପାଦକ ଅବିନାଶ ମହାନ୍ତି, ସୁଜିତ ପାଲଟାସିଂ, ଦେବାଶିଷ ସ୍ୱାଇଁ, ଆସିଫ୍ ଅମିନ୍ , ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ୱଦୀପ ପ୍ରଧାନ ପ୍ରମୁଖ ଭାଗ ନେଇଥିଲେ ବୋଲି ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଆଶିଷ ରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ଏହି ଅବସରରେ  ବିଜୁ ଯୁବ ଓ ଛାତ୍ର ଜନତା ଦଳର ସମସ୍ତ ରାଜ୍ୟ କାର୍ଯ୍ୟକର୍ତ୍ତାଙ୍କ ସମେତ ଜିଲ୍ଲା ସଭାପତିମାନେ ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର

About admin

Check Also

ଭୁବନ ରେ କଂଗ୍ରେସ ପକ୍ଷରୁ କ୍ରାନ୍ତି ଦିବସ ପାଳନ ଓ ଗୌରବ ଯାତ୍ରା ଅନୁଷ୍ଠିତ

ଭୁବନ ୧୦/୦୮/୨୦୨୨(ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଭୁବନରେ କ୍ରାନ୍ତି ଦିବସ ପାଳନ ଓ ସ୍ୱାଧିନତାର ୭୫ …

Leave a Reply

Your email address will not be published.