Friday , September 29 2023
Breaking News
Home / ବିଶେଷ / ସରକାରୀ ପ୍ରୋତ୍ସାହନ ମିଳୁନି: ତଥାପି ମନୋବଳ ଭାଙ୍ଗିନି

ସରକାରୀ ପ୍ରୋତ୍ସାହନ ମିଳୁନି: ତଥାପି ମନୋବଳ ଭାଙ୍ଗିନି

ନିଜସ୍ୱ ପାଣ୍ଠି ଓ ଉଦ୍ୟମରେ ରାକ୍ଷୀ ବଜାର ଚାହିଦା ପୂରଣ କରୁଛନ୍ତି ମହିଳା ଗୋଷ୍ଠୀ –  ଜଙ୍କିଆ ଶ୍ରୀ ଜଗନ୍ନାଥ ଉତ୍ପାଦକ ଗୋଷ୍ଠୀଙ୍କ ସଫଳ କାହାଣୀ

ନିରାକାରପୁର, ୨୫/୭/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ର ଓ ରାଜ୍ୟ ସରକାର ମହିଳାଙ୍କ ଉନ୍ନତି ଓ ସ୍ୱାବଲମ୍ବୀଶୀଳ ହେବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ମହିଳାମାନେ କିପରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ପୁରୁଷଙ୍କ କାନ୍ଧରେ ତାଳ ଦେଇ କାହା ଉପରେ ନିର୍ଭରଶୀଳ ନ ହୋଇ ନିଜର ଗୁଜୁରାଣ ମେଂଟାଇ ପାରିବେ ସେଥିପାଇଁ ପଂଚାୟତ ସ୍ତରରୁ ଉଦ୍ୟମ ଜାରି ରହିଛି । ସରକାର ମିଶନ ଶକ୍ତି ଯୋଜନାରେ ମହିଳାମାନଙ୍କୁ ସରକାରୀ ପ୍ରୋତ୍ସାହନ ପ୍ରଦାନ କରିବା ସହ ତାଲିମ ପ୍ରଦାନ ପୂର୍ବକ ବହୁକ୍ଷେତ୍ରରେ ମହିଳାଙ୍କୁ ସାମ୍ବଲମ୍ବୀଶୀଳ କରିବାର ଚେଷ୍ଟା ରଖିଥିବାବେଳେ ବାସ୍ତବରେ ଏହା ପ୍ରାୟତଃ ବାଟବଣା ହୋଇ କେବଳ କାଗଜକଲମରେ ଚାଲିଛି । ଏଥିରେ ସରକାରଙ୍କ ପ୍ରକୃତ ଉଦ୍ଧେଶ୍ୟ ସାଧିତ ହୋଇ ପାରୁନି । ଆଉ ମଧ୍ୟ ସରକାରୀ ବାବୁମାନଙ୍କ ପାତରଅନ୍ତର ଯୋଗୁ ଯେଉଁ ମହିଳା ଗୋଷ୍ଠୀମାନଙ୍କ କାର୍ଯ୍ୟଦକ୍ଷତା ଅଛି ସେମାନଙ୍କୁ ପ୍ରୋତ୍ସାହନ ଦେବା ବଦଳରେ ଯେଉଁମାନେ କେବଳ କାଗଜକଲମରେ କାର୍ଯ୍ୟ ଶେଷ କରି ଚାଟୁକାରୀ କଥା କହିପାରିଲା ସେମାନଙ୍କୁ ଅନେକ ସୁବିଧା ସୁଯୋଗ ମିଳୁଥିବା ଅଭିଯୋଗ ହେଉଛି । ଏପରି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ପଂଚାୟତରେ ଦେଖିବାକୁ ମିଳିଛି । ଶ୍ରୀ ଜଗନ୍ନାଥ ଉତ୍ପାଦକ ମହିଳା  ଗୋଷ୍ଠୀର ମହିଳାମାନେ ସେମାନଙ୍କ ନିଜସ୍ୱ ଉଦ୍ୟମରେ ବିନା ସରକାରୀ ପ୍ରୋତ୍ସାହନରେ ନିଜର ଉତ୍ପାଦିତ ଜିନିଷକୁ ବଜାରରେ ଚାହିଦା ବଢାଇବାରେ ସଫଳ ହୋଇପାରିଛି । ଏହି ଗୋଷ୍ଠୀ ର ଉତ୍ପାଦିତ ସାମଗ୍ରୀ ଓ ଏହାର ବଜାରରେ ବିକ୍ରୟ ସୁବିଧା ପାଇଁ ସରକାରଙ୍କ ଓଡ଼ିଶା ଜୀବିକା ମିଶନ ଓ ଓରମାସର ସହଯୋଗ ଲୋଡ଼ିଥିଲେ ବି ତାହା ସମ୍ଭବ ହୋଇ ପାରିନାହିଁ ବୋଲି ଏହାର ସଦସ୍ୟମାନେ କହିଛନ୍ତି । ଏହି ଗୋଷ୍ଠୀ ନରମ କଣ୍ଡେଇ, ଧାନରେ ବିଭିନ୍ନ ମୂର୍ତି, ଜଗନ୍ନାଥ ଫଟୋ , ବିଭିନ୍ନ ପୁରୁଣା ଅଦରକାରୀ ଜିନିଷରେ ଅନେକ ଅଖିଦୃଶିଆ  ଘରକଣା ଜିନିଷ ନିର୍ମାଣ କରୁଥିବା ସହିତ ରାକ୍ଷୀ ପୂର୍ଣ୍ଣିମା ପାଇଁ ଏହାର ସଦସ୍ୟାମାନେ ରାକ୍ଷୀ ନିର୍ମାଣ କରିବାରେ ଜୋରସୋରରେ ଲାଗିପଡ଼ିଛନ୍ତି । ବଜାରରେ ରାକ୍ଷୀ ତିଆରି ପାଇଁ ମିଳୁଥିବା ବିଭିନ୍ନ କଂଚାମାଲ ଆଣି ଏହାର ପୂର୍ଣ୍ଣଙ୍ଗା ରୂପଦେଇ ବଜାରକୁ ବିକ୍ରି ପାଇଁ ଛାଡ଼ୁଥିବା ଦେଖିବାକୁ ମିଳିଛି । ଏମାନଙ୍କ ମନୋବଳ ଓ ଉଦ୍ୟମ  ଯୋଗୁ  ବଜାର ଚାହିଚା ଅନୁସାରେ  ବହୁତ ସୁନ୍ଦର ଓ କମ ଦାମରେ ରାକ୍ଷୀ ତିଆରି କରି ହୋଲସେଲର, ରିଟେଲରମାନଙ୍କୁ ଦେଉଥିବା ଜଣାପଡ଼ିଛି । ଏହି ମହିଳା ଗୋଷ୍ଠୀଙ୍କୁ  ପ୍ରଶିକ୍ଷଣ ଦେଉଥିବା ଅନିମା ସାମନ୍ତରାୟ କୁହନ୍ତି ଯେ ଅଳ୍ପ ଦିନରେ ଏହି ମହିଳାମାନେ ଭଲ ରାକ୍ଷୀ ନିର୍ମାଣ କରିପାରୁଛନ୍ତି । ଏମାନଙ୍କ ଦ୍ୱାରା ନିର୍ମିତ ଶଖଂ ରାକ୍ଷୀ, କଉଡ଼ି, ଧାନ, ରୁଦ୍ରାକ୍ଷ, ତୁଳସୀ, ଜଗନ୍ନାଥ, ଡ଼ୋରେମନ, ବିଭିନ୍ନ ମାଳି ରାକ୍ଷୀ, କୁନ୍ଦନ ଓ ଦିଆସିଲରେ ନିର୍ମିତ ରାକ୍ଷୀ ଲୋକଙ୍କର ବେଶ ଚାହିଦା ହୋଇପାରିଛି । ସେହିପରି ଗୋଷ୍ଠୀର ସଦସ୍ୟା ସୁମିତ୍ରା ଶ୍ରୀଚନ୍ଦନ ଜଣାଇଛନ୍ତି କି ଯଦି ସେମାନଙ୍କୁ ସରକାରୀ ସାହଯ୍ୟ ମିଳିବ ସେମାନଙ୍କ ସଂସ୍ଥା ଆହୁରି ଅନେକ ସାମଗ୍ରୀ ବଜାରକୁ ଛାଡ଼ି ସ୍ୱାବଲମ୍ବୀ ହେବାରେ ସହାୟ ହୋଇ ପାରିବ । ସରକାରୀ ପ୍ରୋତ୍ସାହନ ସଂପର୍କରେ ଖୋର୍ଦ୍ଧା ବ୍ଲକ ବିପିଏମଙ୍କୁ ପଚାରିବାରେ ଉକ୍ତ ଗୋଷ୍ଠୀ ସେମାନଙ୍କର ପଞ୍ଜୀକୃତ ହେବା ପାଇଁ ଦରକାରୀ କାଗଜପତ୍ର ପ୍ରଦାନ କଲେ ସେମାନଙ୍କୁ ସରକାରୀ ସାହାଯ୍ୟ ମିଳିପାରିବ  । ତେଣୁ ସେମାନେ ତୁରନ୍ତ ସେମାନେ ନିଜର କାଗଜପତ୍ର ପ୍ରଦାନ କରିବାକୁ ଗୋଷ୍ଠୀର ସଂପାଦକ ,ସଭାପତିଙ୍କୁ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *