Friday , August 19 2022
Breaking News
Home / ବିଶେଷ / ଶ୍ମଶାନରୁ ନାବାଳିକାର ମୃତଦେହ ଜବତ , ସନ୍ଦେହ ଘେରରେ ବାପା

ଶ୍ମଶାନରୁ ନାବାଳିକାର ମୃତଦେହ ଜବତ , ସନ୍ଦେହ ଘେରରେ ବାପା

ଢେଙ୍କାନାଳ, ୨୫ /୦୭/୨୦୨୨(ଓଡ଼ିଶା ସମାଚାର)-  ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସିମିନଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମ ମଶାଣିରୁ ଜଣେ ନାବାଳିକାର ମୃତଦେହ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ସନ୍ଦେହରେ ନାବାଳିକାର ବାପାକୁ ଅଟକ ରଖି ତଦନ୍ତ ଜାରି ରଖିଛି। ସିମିନଈ ଗ୍ରାମ କୁମ୍ଭାର ସାହିର ପ୍ରତାପ ସାହୁଙ୍କ ଝିଅ ଶ୍ରୀୟାଶ୍ରଦ୍ଧା ସାହୁ(୧୦) ସମିନଈ ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପଢ଼ନ୍ତି । କିଛିମାସ ପୂର୍ବେ ଝିଅର ମାଆଙ୍କ ମୃତ୍ୟୁ ଘଟିଛି। ପ୍ରତାପଙ୍କ ଗୋଟିଏ ପୁଅ ଥିବା ବେଳେ ମୃତ ଶ୍ରୀୟା ଦ୍ୱିତୀୟ ସନ୍ତାନ ବୋଲି ଜଣାପଡିଛି। ତେବେ ମୃତ୍ୟୁର କାରଣ ସଠିକ ଭାବେ ଜଣାପଡି ନ ଥିବା ବେଳେ ଭାଇଭଉଣୀଙ୍କ ମଧ୍ୟରେ ମୋବାଇଲ୍ କୁ ନେଇ ଝଗଡାରୁ ଝିଅ ବେକରେ ଲୁଙ୍ଗି ଲଗାଇ ଆତ୍ମହତ୍ୟା କରିଥିବା ମୃତ ନାବାଳିକାର ବାପା ସଫେଇ ଦେଇଛନ୍ତି । ସେପଟେ ମୃତ ନାବାଳିକାର ମାମୁଁଘର ଲୋକ ଶ୍ରୀୟାକୁ ମାରିଦେଇଥିବା ଅଭିଯୋଗ ଆଣିଛନ୍ତି । ଏହି ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରାଯାଇଥିବା ମାମୁଁଘର ଲୋକେ ପାଲଟା ଅଭିଯୋଗ ଉଠାଇଛନ୍ତି । ମୃତ୍ୟୁର କାରଣ  ଅସ୍ପଷ୍ଟ ଥିବାବେଳେ ତରବରିଆଭାବେ ଶବକୁ ପୋଡିଦେବାକୁ ନେଇ ରହସ୍ୟ ଘନିଭୂତ ହେବାରେ ଲାଗିଛି। ପୁଲିସ ଶବକୁ ଜବତ କରି ତଦନ୍ତ ଚଳାଇଥିବା ବେଳେ ମୃତ ନାବାଳିକାର ବାପାକୁ ଅଟକ ରଖି ପଚରାଉଚରା ଚଳାଇଛି। ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.