Friday , August 12 2022
Breaking News
Home / କୃଷି / ପାରାଦୀପ ଫସଫେଟ ପକ୍ଷରୁ କୃଷି ସଚେତନତା ଶିବିର

ପାରାଦୀପ ଫସଫେଟ ପକ୍ଷରୁ କୃଷି ସଚେତନତା ଶିବିର

କେନ୍ଦ୍ରାପଡ଼ା, ୨୫/୭/୨୦୨୨(ଓଡ଼ିଶା ସମାଚାର)-ପାରାଦୀପ ଫସଫେଟ ଲିମିଟେଡ ସାର କମ୍ପାନୀ ପକ୍ଷରୁ ଏକ କୃଷି ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ  କଂସାର ପଂଚାୟତର ସାହାସପୁର ଠାରେ ଆୟୋଜିତ କୃଷି ସଚେତନତା ଶିବିରରେ ପାରାଦୀପ ଫସଫେଟ ର ଆଂଚଳିକ ପ୍ରବନ୍ଧକ ସତ୍ୟନାରାୟଣ ମେହେର, ବଜାର ସଂପ୍ରସାରଣ ଅଧିକାରୀ ସୂର୍ଯ୍ୟମଣୀ ମହାପାତ୍ର, ସ୍ଥାନୀୟ ବିକ୍ରୟ ଅଧିକାରୀ ପ୍ରଦୀପ କୁମାର ମହାନ୍ତି ଏବଂ କନିଷ୍ଠ କ୍ଷେତ୍ର ବିଜ୍ଞାନୀ ଅଭୟ କୁମାର ବରାଳ ପ୍ରମୁଖ ଯୋଗଦେଇ ସାରର ବ୍ୟବହାର ସମ୍ପର୍କରେ ଉପସ୍ଥିତ ଚାଷୀମାନଙ୍କୁ ବୁଝାଇଥିଲେ । ଏହି ଅବସରରେ ଏକ ନୂଆ କମ୍ପେକ୍ସ ନବରତ୍ନା ସାର ବୋଝେଇ ଟ୍ରକ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଂଚାୟତର ସାହାସପୁର ସ୍ଥିତ ଲକ୍ଷ୍ମୀ ନାରାୟଣ ଫର୍ଟିଲାଇଜର ସାର ଦୋକାନରେ ପହଂଚିଥିଲା । ପାରାଦୀପ ଫସଫେଟର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଚାଷୀମାନେ ବେଶ ପ୍ରସଂଶା କରିଥିଲେ ।  ଲକ୍ଷ୍ମୀନାରାୟଣ ଫର୍ଟିଲାଇଜରର ପ୍ରୋପାଇଟର ନିର୍ମଳ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ସ୍ଥାନୀୟ ଅଂଚଳର କୃଷକ ରବିନ୍ଦ୍ରନାଥ ପଣ୍ଡା, କୈଳାସ ବେହେରା, ରବିନ୍ଦ୍ର ମହାପାତ୍ର, ପ୍ରଦୁ୍ୟମ୍ନ କୁମାର ଜେନା, ଗଜେନ୍ଦ୍ର ପରିଡା, ଗଣେଷ ନାୟକଙ୍କ ସମେତ ବହୁ ଚାଷୀ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କେନ୍ଦ୍ରାପଡାରେ ପ୍ରତିବାଦ ଓ ଚକାଜାମ ଆନ୍ଦୋଳନ

କେନ୍ଦ୍ରାପଡ଼ା, ୩୧/୭/୨୦୨୨(ଓଡ଼ିଶା ସମାଚାର)- ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃତ୍ୱରେ ହୋଇଥିବା ଐତିହାସିକ ଆନ୍ଦୋଳନକାରୀ କୃଷକମାନଙ୍କୁ ଦେଇଥିବା ପ୍ରତିଶୃତିକୁ ମୋଦି ସରକାର …

Leave a Reply

Your email address will not be published.