Friday , August 12 2022
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଜିଲ୍ଲା କଳା, ସାହିତ୍ୟ ପରିଷଦ ପକ୍ଷରୁ ସାଂସ୍କୃତିକ ସଂଗଠନ ଗଠନ

ଜିଲ୍ଲା କଳା, ସାହିତ୍ୟ ପରିଷଦ ପକ୍ଷରୁ ସାଂସ୍କୃତିକ ସଂଗଠନ ଗଠନ

କେନ୍ଦ୍ରାପଡ଼ା,୨୫ /୦୭/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର କାଳୀ ମନ୍ଦିର ପ୍ରାଙ୍ଗଣରେ କେନ୍ଦ୍ରାପଡ଼ା ଜିଲ୍ଲା କଳା ସାହିତ୍ୟ ପରିଷଦ ପକ୍ଷରୁ ଏକ ସାଂସ୍କୃତିକ ସଂଗଠନ ଗଠନ କରାଯାଇଛି। ସଙ୍ଗୀତ ନିର୍ଦ୍ଦେଶକ ସତ୍ୟପ୍ରିୟ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସାଇନାଥ କଳା ପରିଷଦ ସଂଯୋଜିକା ଜୟଶ୍ରୀ ପତି, ରୟାଲ ଡ୍ୟାନ୍ସ ଏକାଡେମୀ ସମ୍ପାଦକ ମହେଶ କୁମାର ପାଢୀ, ମହାକାଳପଡ଼ା ବ୍ଲକର ଲୋକକଳା ପରିଷଦର ଉପସଭାପତି ବିଷ୍ଣୁଚରଣ ଆଚାର୍ଯ୍ୟ, ରାଜକନିକା ବ୍ଲକ ଉପସଭାପତି ରବିନାରାୟଣ ମିଶ୍ର, ରାଜନଗର ବ୍ଲକ ଉପସଭାପତି ଭାଗବତ ବେହେରା, ପଟ୍ଟାମୁଣ୍ଡାଇ ବ୍ଲକ ଉପସଭାପତି ସବିତା ବେହେରା, ଆଳି ବ୍ଲକ ଉପସଭାପତି ଅଶୋକ ରଣାଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକର ଶତାଧିକ ବିଭିନ୍ନ ବର୍ଗର କଳାକାର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଜିଲ୍ଲାର କଳାକାରଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ସରକାରୀ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହେବା ଭଳି କେତେଗୁଡିକ ମୌଳିକ ସମସ୍ୟା ସମାଧାନ କରିବା ଏହି ସଂଗଠନର ଲକ୍ଷ୍ୟ ବୋଲି ସଭାପତି ବକ୍ତବ୍ୟ ରଖିଥିଲେ। ପାରମ୍ପରିକ ଲୋକକଳା, ପାଲା, ଦାସକାଠିଆ, ଓଡ଼ିଶୀ ନୃତ୍ୟ, ଓଡ଼ିଶୀ ସଙ୍ଗୀତ, ସାରସ୍ୱତ ସାଧନା ଓ ସାହିତ୍ୟ ସାଧନାର ପ୍ରଚାର ଓ ପ୍ରସାର କ୍ଷେତ୍ରରେ କଳାକାର, ସାହିତ୍ୟିକ ଓ ପାଲା ଗାୟକଙ୍କୁ  ଉତ୍ସାହିତ କରି ସରକାରୀ ସଚେତନତା କାର୍ଯ୍ୟକ୍ରମରେ ସାମିଲ କରି ପ୍ରତ୍ୟେକଙ୍କ ନାର୍ଯ୍ୟଦାବି କିପରି ସେମାନେ ପାଇପାରିବେ ସେ ସମ୍ପର୍କରେ  ଆଲୋଚନା କରାଯାଇଥିଲା। ଶେଷରେ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। ସଭାପତି ଭାବେ ସୁବ୍ରତ କୁମାର ରାଉତ, ଉପସଭାପତି ମହେଶ କୁମାର ପାଢୀ, ସମ୍ପାଦିକା ପୂର୍ଣ୍ଣିମା ଦାସ ଓ କୋଷାଧ୍ୟକ୍ଷ ସୁରେନ୍ଦ୍ର ନାଥ ଶତପଥୀ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ। ବିଷ୍ଣୁଚରଣ ଆଚାର୍ଯ୍ୟ, ସତ୍ୟପ୍ରିୟ ଦାସ, ସୁଧାଂଶୁ ଶେଖର ପଣ୍ଡା, ତୁଷାର ଘୋଷ ଓ ଅଭିରାମ ରାଉତ ଉପଦେଷ୍ଟା ଭାବେ ମନୋନୀତ  ହୋଇଥିଲେ। ପରବର୍ତ୍ତୀ ବୈଠକ ଆସନ୍ତା   ମାସ ୭ ତାରିଖରେ ପୌର ସଂସ୍ଥା ଟାଉନ ହଲରେ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି  ନିଆଯାଇଥିଲା। ଓଡ଼ିଶା ସମାଚାର

About admin

Check Also

ପୁରୀର ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ କଏଦୀ  ଙ୍କ ଆତ୍ମହତ୍ୟା ସୂଚନା 

ପୁରୀ,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ପୁରୀର ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ କଏଦୀ  ଆତ୍ମହତ୍ୟା କରିଥିବା ସୂଚନା  । ମୃତ ଯୁବକ ଜଣକ …

Leave a Reply

Your email address will not be published.