Friday , August 12 2022
Breaking News
Home / କୃଷି / ଚଉଦକୁଲାଟ ସମିତି ପକ୍ଷରୁ ଚାଷୀଙ୍କୁ ଫର୍ମ ବଂଟନ

ଚଉଦକୁଲାଟ ସମିତି ପକ୍ଷରୁ ଚାଷୀଙ୍କୁ ଫର୍ମ ବଂଟନ

କେନ୍ଦ୍ରାପଡ଼ା,୨୨/୭/୨୦୨୨(ଓଡ଼ିଶା ସମାଚାର)- ଆଗାମୀ ଖରିଫ ଋତୁ ପାଇଁ ଚାଷୀମାନଙ୍କ ନାମ ପଞ୍ଜିକରଣ କରିବା ପାଇଁ ଚଉଦକୁଲାଟ ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଫର୍ମ ବଂଟନ କରାଯାଇଛି । ଚାଷୀମାନେ ଏବେ ଠାରୁ ନାମ ପଞ୍ଜିକରଣ କରିଲେ ଆଗାମୀ ଡିସେମ୍ବର ମାସରେ ସେମାନେ ଯେଉଁ ଧାନ ଅମଳ କରିବେ ତାହାକୁ ସମିତି ମାଧ୍ୟମରେ ସରକାରଙ୍କୁ ବିକ୍ରି କରି ପାରିବେ । ଏବେଠାରୁ ଯେଉଁ ଚାଷୀମାନେ ନାମ ପଞ୍ଜିକରଣ ପ୍ରକ୍ରିୟାରେ ନିଜକୁ ସାମିଲ କରିବେ ନାହିଁ ସେମାନେ ସମବାୟ ସମିତି ମାଧ୍ୟମରେ ସରକାରଙ୍କୁ ଧାନ ବିକ୍ରି କରି ପାରିବେ ନାହିଁ । ତେଣୁ ଯେଉଁ ଚାଷୀମାନେ ଧାନ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି ସେମାନଙ୍କୁ ସମିତି ମାଧ୍ୟମରେ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯାଇଥିଲା । ଯାହା ଫଳରେ ଚାଷୀମାନେ ସମିତିକୁ ଆସି ନାମ ପଞ୍ଜିକରଣ ଫର୍ମ ନେଇଛନ୍ତି । ଏଥିସହ ଚାଷୀମାନେ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜକୁ ସାମିଲ କରିଛନ୍ତି ବୋଲି କହିଛନ୍ତି ସମିତି ସମ୍ପାଦକ ହେମନ୍ତ କୁମାର ପାତ୍ର । ଗୁରୁବାର ଚଉଦକୁଲାଟ ସମବାୟ ସମିତି ସଭାପତି ଦୁର୍ଗାଶିଷ ମହାନ୍ତି  ଏହି ଫର୍ମ ବଂଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମିତିର ୧୧ ଜଣ ନିର୍ଦେଶକ, ସର୍ବେଶ୍ୱର ଲେଙ୍କା, ଲିଆକତ ଅଲ୍ଲୀ, ରାଜକିଶୋର ସେଠୀ, ମନୋରଞ୍ଜନ ଦାସ, ନିରାକାର ସମାଲ, ସୁରେଶ ଚନ୍ଦ୍ର ମାହାନ୍ତି ପ୍ରମୁଖ ଚାଷୀମାନେ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

About admin

Check Also

ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କେନ୍ଦ୍ରାପଡାରେ ପ୍ରତିବାଦ ଓ ଚକାଜାମ ଆନ୍ଦୋଳନ

କେନ୍ଦ୍ରାପଡ଼ା, ୩୧/୭/୨୦୨୨(ଓଡ଼ିଶା ସମାଚାର)- ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃତ୍ୱରେ ହୋଇଥିବା ଐତିହାସିକ ଆନ୍ଦୋଳନକାରୀ କୃଷକମାନଙ୍କୁ ଦେଇଥିବା ପ୍ରତିଶୃତିକୁ ମୋଦି ସରକାର …

Leave a Reply

Your email address will not be published.