Friday , August 12 2022
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ ୱେବ୍ ସାଇଟ୍ ଲୋକାର୍ପିତ

ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ ୱେବ୍ ସାଇଟ୍ ଲୋକାର୍ପିତ

ଭୁବନେଶ୍ୱର,୧୯/୭/୨୦୨୨(ଓଡ଼ିଶା ସମାଚାର)-ଲୋକସେବା ଭବନ ପରିସରରେ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ ଖଲିକୋଟ ପାଇଁ ପ୍ରସ୍ତୁତ ୱେବ୍ ସାଇଟ୍ http://gcacodisha.nic.in ଲୋକାର୍ପିତ ହୋଇଯାଇଛି। ଏହାକୁ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଲୋକାର୍ପଣ କରିଛନ୍ତି। କାର୍ଯ୍ୟକ୍ରମରେ ଅତିରିକ୍ତ  ସଂସ୍କୃତି ବିଭାଗ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ, ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ୱେବ୍ ସାଇଟ୍ କୁ ଉନ୍ମୋଚନ ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ପାତ୍ର ଏହାର ଉପଯୋଗିତା ସମ୍ପର୍କରେ ଆଲୋଚନା କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ସୁବ୍ରତ କୁମାର ମଲ୍ଲିକ ସ୍ୱାଗତ ଭାଷଣ ଦେଇଥିଲେ। ଅନୁଷ୍ଠାନର ପୂର୍ବତନ ଅଧ୍ୟକ୍ଷ ତଥା ଭାସ୍କର୍ଯ୍ୟଶିଳ୍ପୀ ଜୟନ୍ତ ଦାସ ଓ ଅଧ୍ୟାପକମାନେ ଉପସ୍ଥିତ ଥିଲେଲେ। ଓଡ଼ିଶା ସମାଚାର

About admin

Check Also

ଜିଲ୍ଲା କଳା, ସାହିତ୍ୟ ପରିଷଦ ପକ୍ଷରୁ ସାଂସ୍କୃତିକ ସଂଗଠନ ଗଠନ

କେନ୍ଦ୍ରାପଡ଼ା,୨୫ /୦୭/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର କାଳୀ ମନ୍ଦିର ପ୍ରାଙ୍ଗଣରେ କେନ୍ଦ୍ରାପଡ଼ା ଜିଲ୍ଲା କଳା ସାହିତ୍ୟ …

Leave a Reply

Your email address will not be published.