Friday , August 12 2022
Breaking News
Home / କ୍ରୀଡ଼ା / ଡାଇମଣ୍ଡ କିକ୍ ବକ୍ସିଂ କ୍ରୀଡ଼ାବିତ୍ ଙ୍କ କୋଲକତା ଗସ୍ତ

ଡାଇମଣ୍ଡ କିକ୍ ବକ୍ସିଂ କ୍ରୀଡ଼ାବିତ୍ ଙ୍କ କୋଲକତା ଗସ୍ତ

ଢେଙ୍କାନାଳ, ୧୯ /୦୭/୨୦୨୨(ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲାର ଡାଇମଣ୍ଡ କିକ୍ ବକ୍ସିଙ୍ଗ୍ ଛାତ୍ରୀମାନେ ପଶ୍ଚିମବଙ୍ଗ କୋଲକତା ବେହାଲ୍ ର ସତ୍ୟଜିତ୍ ରାଏ ଇନଡୋର୍ ଷ୍ଟାଡିୟମ୍ ରେ ଆସନ୍ତା ୧୯. ତାରିଖଠାରୁ ୨୪ ତାରିଖ ପର୍ଯ୍ୟନ୍ତ୍ୟ ୱାକୋ ଇଣ୍ଡିଆ ଦ୍ୱାରା ଆୟୋଜିତ ହେଉଥିବା ଜାତୀୟସ୍ତରର ୭ ବର୍ଷ ରୁ ୧୮ବର୍ଷ  ପର୍ଯ୍ୟନ୍ତ୍ୟ  ଛାତ୍ରଛାତ୍ରୀଙ୍କୁ ନେଇ କିକ୍ ବକ୍ସିଂ ପ୍ରତିଯୋଗିତାରେ ଢେଙ୍କାନାଳର ଟିମ୍ କୋଚ୍ ମିହିର ସାହୁ, ସହକାରୀ କୋଚ୍ ବବି ପ୍ରତିହାରୀଙ୍କ ସହିତ ୧୦ରୁ ୧୨ବର୍ଷ  ବର୍ଗ ଛାତ୍ରୀ ଅନୁସୟା ବେହେରା, ଅଙ୍କିତା ପ୍ରିୟଦର୍ଶିନୀ ଭଞ୍ଜ ଏବଂ ୧୬ରୁ ୧୮ବର୍ଷ ବର୍ଗ ର ସୁଚିସ୍ମିତା ଅମାନ୍ ଓ ମାନସୀ ବେହେରା ଖେଳରେ ଅଂଶଗ୍ରହଣ କରିବା ପାଇଁ ଢେଙ୍କାନାଳ ଜିଲ୍ଲାପାଳ ସରୋଜ ସେଠୀଙ୍କ ଆଶୀର୍ବାଦ ଭିକ୍ଷା କରି ସୋମବାର ଯାତ୍ରା କରିଛନ୍ତି। ଶ୍ରୀ ସେଠୀ ପିଲାମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ଢେଙ୍କାନାଳର ଗୌରବ ବଢାଇବାକୁ ପରାମର୍ଶ ଦେଇଥିଲେ। ଢେଙ୍କାନାଳ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ୍ତ ମହାନ୍ତି ଓ ଢେଙ୍କାନାଳ କିକ୍ ବକ୍ସିଂ ଆସୋସିଏସନ୍ ର ଉପସଭାପିତ ସନ୍ତୋଷ ପରିଡା ଉପସ୍ଥିତ ରହି ପିଲାମାନଙ୍କୁ କହିଥିଲେ ଯେ, ଆଜି ପବିତ୍ର ପ୍ରଥମ ଶ୍ରାବଣ ମାସର ପ୍ରଥମ ସୋମବାରରେ ଯାତ୍ରା କରୁଛ, ତେଣୁ ଢେଙ୍କାନାଳର ବାବା ଶ୍ରୀ ଚନ୍ଦ୍ରଶେଖରଙ୍କ କୃପାରୁ ସମସ୍ତେ ଗୋଲ୍ଡ ମେଡାଲ ଆଣି ଢେଙ୍କାନାଳର ଗୌରବ ରଖିବା ପାଇଁ କାମନା କରିଥିଲେ। ଓଡ଼ିଶା ସମାଚାର

About admin

Check Also

୨୫ତମ ପ୍ରତିଷ୍ଠା ଦିବସ ଅବସରରେ ବିଜେଡିର ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍- – –

ଛାତ୍ର-ଯୁବ ବିଜେଡିକୁ ୨-୧ରେ ହରାଇଲା ବିଧାୟକ ଏକାଦଶ ଭୁବନେଶ୍ୱର,୨୫ /୦୭/୨୦୨୨(ଓଡ଼ିଶା ସମାଚାର)-  ବିଜୁ ଜନତା ଦଳ (ବିଜେଡି) ପ୍ରତିଷ୍ଠାର ୨୫ …

Leave a Reply

Your email address will not be published.