Wednesday , September 28 2022
Breaking News
Home / ବିଶେଷ / ସ୍ନେକ ହେଲ୍ପଲାଇନ ପକ୍ଷରୁ ବିଶ୍ୱ ସର୍ପ ଦିବସ ପାଳିତ

ସ୍ନେକ ହେଲ୍ପଲାଇନ ପକ୍ଷରୁ ବିଶ୍ୱ ସର୍ପ ଦିବସ ପାଳିତ

ବ୍ରହ୍ମପୁର,୧୮/୦୭/୨୦୨୨(ଓଡ଼ିଶା ସମାଚାର)- ସ୍ଥାନୀୟ ଆସ୍କାରୋଡ ସ୍ଥିତ ବାନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସ୍ନେକ ହେଲ୍ପଲାଇନ ପକ୍ଷରୁ ବିଶ୍ୱ ସର୍ପଦିବସ ପାଳିତ ହୋଇଯାଇଛି। ସ୍ନେକ ହେଲପ୍ ଲାଇନ୍ ସଦସ୍ୟ ସ୍ୱାଧୀନ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ଅତିରିକ୍ତ ବନ ସଂରକ୍ଷକ ଡ. ରୁଦ୍ର ପ୍ରସାଦ ରଥ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବନାଞ୍ଚଳ ଅଧିକାରୀ ରଜତ କୁମାରମିଶ୍ର ଏବଂ ପରିବେଶବିତ୍ ଚନ୍ଦନ ଜାନୀ ମଞ୍ଚାସୀନ ଥିଲେ। ସାପ ବିଷୟରେ ଜନ ସାଧାରଣଙ୍କ ମନରେ ସୃଷ୍ଟିହୋଇଥିବା ଭ୍ରାନ୍ତଧାରଣା ଦୂରକରାଯାଇ ପାରିବ ଏବଂ ସମସ୍ତ ବର୍ଗର ଲୋକଙ୍କ ନିକଟରେ ସାପ ଓ ସାପ କାମୁଡାକୁ ନେଇ ସଚେତନତା ବାର୍ତ୍ତା ପହଞ୍ଚିପାରିବ ସେନେଇ ଆଲୋଚନାକରାଯାଇଥିଲା। ଲୋକଙ୍କ ମଧ୍ୟରେ ଥିବା ଅନ୍ଧବିଶ୍ୱାସ ଦୂର କରିବା ସମସ୍ତ ସଦସ୍ୟଙ୍କ ମୂଳ କର୍ତ୍ତବ୍ୟ। ସମସ୍ତେ ସୁରକ୍ଷିତ ଭାବେ ସାପ କିପରି ଉଦ୍ଧାରକରିବେ ସେ ନେଇ ମୁଖ୍ୟଅତିଥି ଶ୍ରୀରଥ ଏଠାରେ ମତବ୍ୟକ୍ତ କରିଥିଲେ। ବନ ବିଭାଗର ସହଯୋଗ କ୍ରମେ ଜିଲ୍ଲାରେ ପ୍ରତି ଏକ ମାସରେ ଥରେ ସ୍ଥାନୀୟ ବନ ସୁରକ୍ଷା ସମିତି ସହ ମିଳିତ ଭାବେ ସଚେତନତା କାର୍ଯ୍ୟକ୍ରମ କରିବାଦ୍ୱାରା ଲୁପ୍ତ ପ୍ରାୟ ସାପ ପ୍ରଜାତିର ସୁରକ୍ଷା କରାଯାଇ ପାରିବ ବୋଲି ବନାଞ୍ଚଳ ଅଧିକାରୀ କହିଥିଲେ। ସାପ ସହ ସେଲ୍ ଫି ନ ନେବାଉଚିତ୍ । ଘରଦ୍ୱାର ସଫା ରହିଲେ ସାପ ପ୍ରବେଶ କରିବ ନାହିଁ ବୋଲି ପରିବେଶବିତ୍ ଶ୍ରୀଜାନି ପରାମର୍ଶ ଦେବା ସହ ସାପର ବିଭିନ୍ନ ପ୍ରକାର ଭେଦ ଓ ଦିଗ ଉପରେ ଆଲୋକପାତ କରିଥିଲେ। ଗଞ୍ଜାମ ଜିଲ୍ଲାରେ ବହୁ ପ୍ରଜାତିର ସାପ ମିଳୁଥିବାବେଳେ ଏହାର ସୁରକ୍ଷା ଏବଂ ତାହାକୁ ଲୋକଙ୍କ ନିକଟରେ ପରିଚିତ କରିବାପାଇଁ ବନ ବିଭାଗ ଏବଂ ସାପ ଉଦ୍ଧାରକାରୀ ମାନେମିଳିତ ଭାବେ କାର୍ଯ୍ୟକଲେ ସମ୍ଭବ ପର ହୋଇ ପାରିବ ବୋଲି ଏଠାରେ କୁହାଯାଇଛି। ସାପର ପ୍ରକାରଭେଦ ଏବଂ ସାମୁଦ୍ରିକ ସାପ ଉପରେ ଉଦ୍ଧାରକାରି ମାନଙ୍କୁ ଜୁନିଅର ରିସର୍ଚ୍ଚଫେଲୋ ଆଶିଷ ଦାସ ଦିଗବିଜୟ ପଟ୍ଟନାୟକ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ବ୍ରହ୍ମପୁର ବନପାଳ ବାବୁ ସେଠୀ ଧନ୍ୟବାଦ୍ ପ୍ରଦାନ କରିଥିବାବେଳେ ଟାମଣା ବନପାଳ ରୂପକ ରଞ୍ଜନ ପାତ୍ର, ସ୍ନେକ ହେଲ୍ପ ଲାଇନ ସଦସ୍ୟ ରାଜେଶ ପୃଷ୍ଟି, ସନ୍ଦୀପ ସେଠୀ, ଶ୍ରୀକାନ୍ତ ନାହାକ, ତାରାପ୍ରସାଦ ଦାସ, ମନୋରଞ୍ଜନ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୨୦ଉର୍ଦ୍ଧ ସାପ ଉଦ୍ଧାରକାରୀଙ୍କ ସମେତ ବହୁ ବନ କର୍ମଚାରୀ ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.