Friday , August 12 2022
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଭିତରକନିକାରେ ୧୨୨ କୁମ୍ଭୀର ବସା ଚିହ୍ନଟ

ଭିତରକନିକାରେ ୧୨୨ କୁମ୍ଭୀର ବସା ଚିହ୍ନଟ

ଋାଜନଗର, ୧୮ /୦୭/୨୦୨୨(ଓଡ଼ିଶା ସମାଚାର)- ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୧୨୨ଟି ବସା ଚିହ୍ନଟ ହୋଇଛି। ଯାହାକି ଗତ ୫ ବର୍ଷ ମଧ୍ୟରେ ସର୍ବାଧିକ। ଜୁଆର ପାଣି ମାଡ଼ିଯାଇଥିବା ଥାନପତି ନିକଟରୁ ଏକ କୁମ୍ଭୀର ବସାରୁ ୫୮ଟି ଅଣ୍ଡାରୁ କୁତ୍ରିମ ଉପାୟରେ ଛୁଆ ଫୁଟାଇବା ପାଇଁ ଡାଙ୍ଗମାଳସ୍ଥ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ରଖାଯାଇଛି। ପ୍ରତିବର୍ଷ ମଇଁ ୧ ତାରିଖଠାରୁ ଜୁଲାଇ ୩୧ ତାରିଖ ଯାଏଁ ଦୀର୍ଘ ୩ମାସ ଧରି ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ପ୍ରକ୍ରିୟା ଜାରି ରହିଥାଏ। ତେଣୁ ୩ମାସ ଧରି ଭିତରକନିକାକୁ ଦେଶ ବିଦେଶର ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥାଏ। ଚଳିତ ବର୍ଷ ସର୍ବାଧିକ କୁମ୍ଭୀର ବସା ଚିହ୍ନଟ ହୋଇଛି। ଚଳିତ ବର୍ଷ ୧୨୨ଟି କୁମ୍ଭୀର ବସା ଚିହ୍ନଟ ହୋଇଛି। କନିକା ରେଞ୍ଜରେ ୧୧୦ଟି କୁମ୍ଭୀର ବସା ଚିହ୍ନଟ ହୋଇଥିବାବେଳେ ରାଜନଗର ରେଞ୍ଜରେ ୯ଟି, ଗହୀରମଥା ରେଞ୍ଜ ଅଞ୍ଚଳରେ ୨ଟି, ମହାକାଳପଡ଼ା ରେଞ୍ଜରେ ଗୋଟିଏ କୁମ୍ଭୀର ବସା ଚିହ୍ନଟ କରାଯାଇଥିବା ଜଣାଯାଇଛି।ଓଡ଼ିଶା ସମାଚାର

About admin

Check Also

ଜିଲ୍ଲା କଳା, ସାହିତ୍ୟ ପରିଷଦ ପକ୍ଷରୁ ସାଂସ୍କୃତିକ ସଂଗଠନ ଗଠନ

କେନ୍ଦ୍ରାପଡ଼ା,୨୫ /୦୭/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର କାଳୀ ମନ୍ଦିର ପ୍ରାଙ୍ଗଣରେ କେନ୍ଦ୍ରାପଡ଼ା ଜିଲ୍ଲା କଳା ସାହିତ୍ୟ …

Leave a Reply

Your email address will not be published.