କଟକ ସଦର, ୧୮/୭/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ଵେହରା): ପାର୍ଟିକୁ ପଛରେ ପକାଇ ମାଟିକୁ ସମ୍ମାନ ଜଣାଇ ମାଟିର ଝିଅ ଵିରୋଧି ଦଳର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ବାରବାଟି- କଟକ କଂଗ୍ରେସ ବିଧାୟକ ଇଂ ମହମ୍ମଦ ମୋକିମ ଵିଵେକାନୁମୋଦିତ ଭୋଟ ଦେଇ ସମସ୍ତଙ୍କୁ ଆଶ୍ଚର୍ୟ୍ୟ ଚକିତ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।’ ମୋର ଖଣ୍ଡିଏ ଭୋଟ ଵିଜୟୀ ରାଷ୍ଟ୍ରପତିଙ୍କୁ ଯଦି ଦେଇ ପାରିଲି ତେଵେ ତାହା ମୋ ପାଇଁ ଗର୍ଵ ଓ ସୈାଭାଗ୍ୟର ଵିଷୟ ହେଵ ଵୋଲି ମୋକିମ୍ ଦୃଢ଼ତାର ସହ ଗଣମାଧ୍ୟମରେ କହିଛନ୍ତି। ଏଥିସହିତ ମାଟିର ଝିଅଙ୍କୁ ଭୋଟ ଦେଵା ପାଇଁ ତାଙ୍କୁ ଦେଶ ଵିଦେଶରୁ ମଧ୍ୟ ଵହୁ ବ୍ୟକ୍ତି ବିଶେଷ ଅନୁରୋଧ କରିଥିଲେ ବୋଲି ମୋକିମ କହିଛନ୍ତି।ଯଦି କଂଗ୍ରେସ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ମିଳେ ତାକୁ ନେଇ କଣ କହିଵେ ଵୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିଵାରେ’ ଭୋଟ ପାଇଁ ତ ପାର୍ଟିର ହୁଇପ୍ ନଥିବାରୁ ମୁଁ ଵିଵେକାନୁମୋଦିତ ଭୋଟ ଦେଇ ଠିକ୍ କରିଛି ଵୋଲି ଦୃଢ଼ତାର ଉତ୍ତରରେ କହିଛନ୍ତି।ମୋକିମ ଙ୍କର ଏତାଦୃଶ କାର୍ୟ୍ୟକୁ ନେଇ କଂଗ୍ରେସ ମହଲରେ ହଇଚଇ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ ପିସିସି ସଭାପତି ମନୋନୟନ ପରଠାରୁ ମୋକିମ ଅସନ୍ତୁଷ୍ଟ ଥିଵା ପରି ଜଣାପଡୁଥିଲେ। ଆଗାମୀ ଦିନରେ ରାଜନିତୀ ପାଣିପାଗ ଵଦଳି ପାରେ ଵୋଲି ସମ୍ଭାବନା ରହିଛି । ଅନ୍ୟ ପକ୍ଷରେ କଂଗ୍ରେସ ବିଧାୟକ ଇଂ ମହମ୍ମଦ ମୋକିମ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଥିବା ଜାଣି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ଏହି ନିଷ୍ପତିକୁ ଟୁଇଟ କରି ସ୍ୱାଗତ କରିବା ସହିତ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶା ସମାଚାର