Friday , August 12 2022
Breaking News
Home / ନିର୍ବାଚନ / ଆଜି ରାଷ୍ଟ୍ରପତି ନିର୍ବାଚନ – ଦ୍ରୌପଦୀ ମୁର୍ମୁ – ଯଶୋବନ୍ତ ସିହ୍ନା ମୁକାବିଲା

ଆଜି ରାଷ୍ଟ୍ରପତି ନିର୍ବାଚନ – ଦ୍ରୌପଦୀ ମୁର୍ମୁ – ଯଶୋବନ୍ତ ସିହ୍ନା ମୁକାବିଲା

ନୂଆଦିଲ୍ଲୀ/ ଭୁବନେଶ୍ୱର,୧୮/୭/୨୦୨୨(ଓଡ଼ିଶା ସମାଚାର)- ସୋମବାରଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ସାଂସଦମାନେ ସଂସଦ ଭବନରେ ମତଦାନ କରିବେ । ଜୁଲାଇ ୨୪ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କ କାର୍ୟ୍ୟକାଳ ଶେଷ ହେଉଛି। ଏହା ପୂର୍ବରୁ ଦେଶର ପ୍ରାୟ ୪,୮୦୦ ସାଂସଦ ଏବଂ ବିଧାୟକ ସୋମବାର ଭୋଟ ଦେଇ ଦେଶର ୧୫ ତମ ରାଷ୍ଟ୍ରପତିଙ୍କୁ ଚୟନ କରିବେ। ସକାଳ ୧୦ଟାରେ ଏଥିପାଇଁ ସଂସଦ ଏବଂ ବିଧାନସଭାରେ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ଶେଷ ହେବ।୨୧ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ। ପରେ ୨୫ ତାରିଖରେ ନୂତନ ରାଷ୍ଟ୍ରପତି ଦାୟିତ୍ବ ଗ୍ରହଣ କରିବେ। ଏନଡିଏ ଏହି ନିର୍ବାଚନ ପାଇଁ ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଆ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଙ୍କୁ ପ୍ରାର୍ଥୀ କରିଛି। ବିଜେପି ଓ ଏନଡିଏର ସହଯୋଗୀ ଦଳ ବ୍ୟତୀତ ବିଜୁ ଜନତା ଦଳ (ବିଜେଡି), ୱାଇଏସଆରସିପି, ଶିରୋମଣି ଅକାଳୀ ଦଳ, ଶିବସେନା, ଜେଏମଏମ ଭଳି ଆଞ୍ଚଳିକ ଦଳ ମୁର୍ମୁଙ୍କ ସମର୍ଥନ ଘୋଷଣା କରିଛନ୍ତି। ସେ ଦୁଇ ତୃତୀୟାଂଶ ଭୋଟ ପାଇବେ ବୋଲି ଆଶା କରାଯାଉଛି। ନିର୍ବାଚନରେ ବିଜୟୀ ହେଲେ ସେ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହେବେ।

ବିଧାନସଭାରେ ଭୋଟଦେବେ ୧୪୬ ବିଧାୟକ

ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶିଶା ବିଧାନସଭାରେ ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇଛି। ସୋମବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ନେଇ ବିଧାୟକ ଓ ଏମପି ମାନେ ମତଦାନ କରିପାରିବେ। ବିଧାନସଭା ଜାରି ରହିଥିବାରୁ ଉଭୟ ଅଧିବେଶନ ଏବଂ ରାଷ୍ଟ୍ରପତି ନିର୍ବାଚନକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଓଡ଼ିଶିଶା ବିଧାନସଭାର ୧୪୬ ଜଣ ବିଧାୟକ ନିଜର ମତ ବିଧାନସଭା ପରିସରରେ ପ୍ରଦାନ କରିବେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଅସୁସ୍ଥତା କାରଣରୁ ଦିଲ୍ଲୀରେ ସ୍ୱତନ୍ତ୍ର ଭାବେ ମତଦାନ କରିବେ। ରାଜ୍ୟର ସମସ୍ତ ଏମପି ଦିଲ୍ଲୀରେ ଭୋଟ ଦେବେ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ କୁହାଯାଇଛି। ବିଧାନସଭାର ପ୍ରଥମ ମହଲାରେ ଥିବା ୫୪ ନଂ ରୁମ୍ କୁ ମତଦାନ ପ୍ରକୋଷ୍ଠ କରାଯାଛି। ବିଧାୟକମାନେ ନିଜ ପରିଚୟ ପ୍ରଦାନ କରି ପ୍ରିଜାଇଡିଂ ଅଫିସରଙ୍କ ଠାରୁ ବାଲଟ ଆଣି ମତଦାନ ପ୍ରଦାନ କରିବେ। ପ୍ରତି ପ୍ରମୁଖ ଦଳର ଏଜେଣ୍ଟ ମତଦାନ କେନ୍ଦ୍ର ନିକଟରେ ରହିବେ। ବିଧାୟକମାନେ ନିର୍ବାଚନ କମିସନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା କଲମ ଦ୍ୱାରା ବାଲଟ କାଗଜରେ ଠିକ୍ ଚିହ୍ନ ମାରିବାକୁ ନିର୍ଦ୍ଦେଶ ରହିଛି। ନିର୍ବାଚନ କମିସନଙ୍କ ଦ୍ୱାରା ପ୍ରଦତ୍ତ କଲମଟିକୁ ଠିକ୍ ଚିହ୍ନ ମାରିବା ପରେ ବିଧାୟକମାନେ ନିର୍ବାଚନ ଅଧିକାରୀଙ୍କୁ ଫେରାଇବେ। କୌଣସି ପ୍ରାର୍ଥୀ ଭୋଟ ଦେବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ନାଁ ନିକଟରେ ଥିବା ଖାଲି ସ୍ଥାନରେ ଯଦି ଭୁଲ୍ ଚିହ୍ନ ଦେଉଛନ୍ତି, ତେବେ ତାହାକୁ ନାକଚ ବୋଲି ଧରିନିଆଯିବ। ନିର୍ବାଚନ କମିସନଙ୍କ ଦ୍ୱାରା ପ୍ରଦତ୍ତ କଲମ ବ୍ୟତୀତ ଅନ୍ୟ କୌଣସି କଲମ ଦ୍ୱାରା ଠିକ୍ ଚିହ୍ନ ମରାଯାଇଥିଲେ, ତାହାକୁ ବୈଧ ବୋଲି ବିଚାର କରାଯିବ ନାହିଁ। କୌଣସି ସଦସ୍ୟ ବୁଥ୍ ଭିତରକୁ ନିଜର କ୍ୟାମେରା/ମୋବାଇଲ ଫୋନ୍ ନେଇ ପାରିବେ ନାହିଁ। ବୁଥ୍ ଭିତରକୁ ଯିବା ପୂର୍ବରୁ ବିଧାୟକମାନେ ନିଜ ପରିଚୟ ପତ୍ର ଆଣିବାକୁ ବାଧ୍ୟ। ପ୍ରାର୍ଥୀଙ୍କ ନାମ ନିକଟରେ ନିଜ ପସନ୍ଦ ତଥା ପ୍ରିଫରେନ୍ସ ପାଇଁ ୧ କିମ୍ବା ୨ ଲେଖିପାରିବେ। ବାଲଟରେ ଥିବା ଅର୍ଡର ଅଫ ପ୍ରିଫରେନ୍ସ ତଳେ ପସନ୍ଦ ଲେଖିବା ପାଇଁ କମିସନଙ୍କ ପକ୍ଷରୁ କୁହାଯାଇଛି। ପସନ୍ଦ କଲମରେ ଠିକ୍ କିମ୍ବା ଭୁଲ୍ ଚିହ୍ନ ପ୍ରଦାନ କରିବାକୁ ବାରଣ କରାଯାଇଛି। ବାଲଟ ପେପର ଉପରେ କୌଣସି ପ୍ରାର୍ଥୀ ନିଜ ନାଁ, ଦସ୍ତଖତ କିମ୍ବା ଅନ୍ୟ କିଛି ଲେଖିବାକୁ ବାରଣ କରାଯାଇଛି। ବାଲଟ ପେପରକୁ କୌଣସି ପରିସ୍ଥିତିରେ ନଷ୍ଟ ନ କରିବାକୁ କୁହାଯାଇଛି। ବୁଥ୍ ମଧ୍ୟରୁ ବାଲଟ ପେପର ଅନ୍ୟ କୌଣସି ସ୍ଥାନକୁ ନିଆଯାଇପାରିବ ନାହିଁ। ମତଦାନ ସରିବା ପରେ ବାଲଟ ଗୁଡ଼ିକ ଏକାଠି କରି ସ୍ଥାନୀୟ ଷ୍ଟ୍ରଙ୍ଗ୍ ରୁମ୍ ରେ ରଖାଯିବ। ଏହାର ପରଦିନ ଅର୍ଥାତ ମଙ୍ଗଳବାର ବିମାନ ଜରିଆରେ ବାଲଟ ବକ୍ସ ନୂଆଦିଲ୍ଲୀ ପଠାଯିବ।
ବର୍ତ୍ତମାନ ଓଡ଼ିଶା ବିଧାନସଭାରେ ଶାସକ ବିଜେଡିର ୧୧୩ ବିଧାୟକ ରହିଛନ୍ତି। ସେହିପରି ବିଜେପିର ୨୨, କଂଗ୍ରେସର ୯, ସିପିଏମରେ ଜଣେ ଏବଂ ୨ ଜଣ ସ୍ୱାଧୀନ ବିଧାୟକ ରହିଛନ୍ତି। ୨୦୧୯ରେ ବିଜେଡି ଟିକେଟରେ ଜିତିଥିବା ଗୋପାଳପୁର ଏମଏଲଏ ପ୍ରଦୀପ ପାଣିଗ୍ରାହୀ ଦଳରୁ ନିଲମ୍ବିତ ହୋଥିବାରୁ ତାଙ୍କୁ ସ୍ୱାଧିନ ଭାବେ ଗଣାଯାଉଛି। ଓଡ଼ିଶା ସମାଚାର

About admin

Check Also

ଚୋରି ଜିନିଷ ଉଦ୍ଧାର:  ୪ଚୋର ଗିରଫ

 ନିରାକାରପୁର, ୧୨/୦୮/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା  ନିରାକାରପୁର ଥାନା ଅଂଚଳରେ ପୃଥକ ପୃଥକ ଦୁଇଟି ଚୋରି ଘଟଣାରେ ପୋଲିସ କୁ …

Leave a Reply

Your email address will not be published.