କଟକ ସଦର, ୧୭ /୦୭/୨୦୨୨(ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା): କଟକ ଜିଲ୍ଲା ଅନ୍ତର୍ଗତ କିଶନନଗର ତହସିଲ ଅଧିନସ୍ଥ ଏକ ଗୋଚର ଜମିରେ ସଦର ବ୍ଲକ ପ୍ରଶାସନ ପକ୍ଷରୁ ସ୍ପୋଟର୍ସ ଗ୍ୟାଲେରୀ ନିର୍ମାଣ ପାଇଁ ଉଦ୍ୟମକୁ ଵିଵାଦ ଦେଖାଯାଇଥିଲା। ଯେଉଁଥିପାଇଁ ଗତ ୮ ତାରିଖ ଦିନ ‘ ଓଡ଼ିଶା ସମାଚାର’ ରେ ବିସ୍ତୃତ ଖଵର ପ୍ରକାଶ ପାଇଥିଲା। ଏଥିପାଇଁ ଗୋଚର ଜମିର କିସମ ପରିବର୍ତ୍ତନ କରି ନିର୍ମାଣ କାର୍ଯ୍ୟ ସମ୍ପାଦନ କରିବାକୁ ଏବଂ ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସଦର ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା କ୍ଷେତ୍ର ପରିଦର୍ଶନ କରି ତହସିଲଦାର ଇନ୍ଦିରା ସାହୁଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ପ୍ରକାଶ ଯେ କେଶନଗର ମୈ।ଜା ଖାତା ନଂ ୪୦୨,ପ୍ଲଟ ନଂ ୩୯ ରେ ଥିବା ୨ ଏକର ୨୩ ଡିସିମିଲ ଗୋଚର ଜମି ଉପରେ ଏକ ଖେଳ ପଡିଆ ହୋଇଅଛି। ଏଠାରେ ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଵାକୁ ଥିଵା ଏକ ମିନି ଷ୍ଟାଡିୟମର ଶିଳାନ୍ୟାସ କରାଯାଇଥିଲା ଵେଳେ ଗୋଚର ଜମିର ଅଡୁଆ ସୃଷ୍ଟି ହେବା ଯୋଗୁ ତାହା ଦୁଇ ଵର୍ଷ ହେଲା ଅଟକି ରହିଛି।ଏଵେ ତାହାକୁ କାଣ୍ଟଛାଣ୍ଟ କରି କେଵଳ ସେହି ଜମିରୁ ମାତ୍ର ୨୫ ଡିସିମିଲ ଜମିକୁ କିସମ ପରିବର୍ତ୍ତନ କରି ଗ୍ୟାଲେରୀ ନିର୍ମାଣ ପାଇଁ ଅନୁମତି ଦେବାକୁ ପ୍ରସାଶନିକ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ପରିବର୍ତ୍ତନ ଆବଶ୍ୟକ ପ୍ରକ୍ରିୟା ସରିଲେ ଗ୍ୟାଲେରୀ କାର୍ଯ୍ୟ ଆରମ୍ଭ ହେଵ ଵୋଲି ଆଶା ସଂଚାର ହୋଇଛି। ଏହି କ୍ଷେତ୍ର ପରିଦର୍ଶନ ସମୟରେ ସଦର ଵିଡିଓ ରାଜୀବ ଲୋଚନ ପରିଡ଼ା, ସହକାରୀ ନିର୍ବାହୀ ଯନ୍ତ୍ରୀ ଵିକାଶ ଭୂୟାଁ, ସହକାରୀ ଯନ୍ତ୍ରୀ ଶ୍ରୀ ସାହୁ ଏବଂ କିଶନନଗର ସରପଞ୍ଚ ସୁଜାତା ସେଠୀ ଉପସ୍ଥିତ ଥିଲେ। ଓଡିଶା ସମାଚାର