କଟକ ସଦର, ୦୮ /୦୭/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଅତ୍ୟାବଶ୍ୟକ ସ୍ଥଳେ ଦୁଇ ଗୁଣା ଜମି ଦେଇ ଜନସାଧାରଣଙ୍କ ଗୋରରେ ଏଵଂ ଵିନାପତ୍ତିରେ ଗୋଚର ଜମି କିସମ ପରିବର୍ତ୍ତନ କରିଵା ନିୟମ ବଳବତ୍ତର ଥିଵା ଵେଳେ ଏହାକୁ ଉଲଂଘନ କରି କଟକ ସଦର ଵ୍ଲକ ପ୍ରଶାସନ ଗୋଚର ଜମି ବେଆଇନ ଜଵର ଦଖଲ କରି ନିର୍ମାଣ କାର୍ୟ୍ୟ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବାକୁ ନେଇ ବିବାଦ ଦେଖା ଦେଇଛି। ପ୍ରକାଶ ଯେ ଆଜକୁ ଦୁଇ ବର୍ଷ ହେଲା କିଶନନଗର ଠାରେ ଏକ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା।ଏହା ଚିନ୍ତାମଣି ବିଦ୍ୟାପୀଠ ଖେଳ ପଡିଆରେ ହେଵାକୁ ସ୍ଥିର କରାଯାଇ ଶୁଭାରମ୍ଭ କରାଯାଇଥିବା ବେଳେ ତାହା ଗୋଚର ଜମି ହୋଇଥିଵାରୁ ଏଵଂ ଅଭିଯୋଗ ଫଳରେ କାର୍ୟ୍ୟ ହୋଇପାରିନଥିଲା।ଏଵେ ସେଠାରେ ମିନି ଷ୍ଟାଡିୟମ ପରିବର୍ତ୍ତେ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ କରିବାକୁ ଵ୍ଲକ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଵା କାହା ସ୍ୱାର୍ଥରେ ଵୋଲି ପ୍ରଶ୍ନ ହେଉଛି । ଏ ସମ୍ପର୍କରେ କିଶନନଗର ତହସିଲଦାର ଇନ୍ଦିରା ସାହୁଙ୍କୁ ପଚାରିଵାରେ ମୁଁ ଗୋଚର ଜମିର କିସମ ପରିବର୍ତ୍ତନ କରିନାହିଁ କି କାହାକୁ ନିର୍ମାଣ କରିଵାକୁ ଅନୁମତି ଦେଇନାହିଁ ଵୋଲି କହିଥିଲେ। ଏବଂ ଏହି ବେଆଇନ ନିର୍ମାଣ ପାଇଁ ସଦର ଵିଡିଓଙ୍କୁ ଚିଠି ଲେଖିଵେ ଵୋଲି କହିଥିଲେ।ଏ ସମ୍ପର୍କରେ ଵିଡିଓ ରାଜୀବ ଲୋଚନ ପରିଡାଙ୍କୁ ପଚାରିଵାରେ ସିଏ କୈ।ଣସି ସନ୍ତୋଷ ଜନକ ଉତ୍ତର ନଦେଇ ଚୁପ୍ ରହିଥିଲେ। କିସମ ପରିବର୍ତ୍ତନ କରି ନିର୍ମାଣ କାର୍ୟ୍ୟ କରିଵାକୁ ଜିଲ୍ଲା ପ୍ରଶାସନ ଠାରେ ସାଧାରଣରେ ଦାବି ହେଉଛି । ଓଡ଼ିଶା ସମାଚାର
