Thursday , August 18 2022
Breaking News
Home / ତାଜା ଖବର / ହାଇୱାଧକ୍କା ରେ ବାଳକ ର ଶୋଚନୀୟ ମୃତ୍ୟୁ

ହାଇୱାଧକ୍କା ରେ ବାଳକ ର ଶୋଚନୀୟ ମୃତ୍ୟୁ

ସାଲେପୁର,୦୭/୦୭/୨୦୨୨(ଓଡିଶା ସମାଚାର /ଅଭୟ ଜେନା ) – ସାଲେପୁର କୁଆଁପାଳ ରାସ୍ତାର ସ୍ଥାନୀୟ କୋର୍ଟ ନିକଟ ରେ ଅଟକି ଥିବା ଏକ କାର୍ ର ଡୋର ଖୋଲି ବାହାର କୁ ବାହାରୁ ଥିବା ସମୟରେ ଜୈନିକ ଆଠ ବର୍ଷ ର ବାଳକକୁ ରାସ୍ତାରେ ଯାଉଥିବା ହାଇୱା ଧକ୍କା ଦେବା ରୁ ଘଟଣା ସ୍ଥଳରେ ବାଳକ ର ମୃତ୍ୟୁ ହୋଇଯାଇଛି । ଘଟଣା ରୁ ପ୍ରକାଶ ଯେ ନିଜ ପରିବାର ସହ କାର ଯୋଗେ ସାଲେପୁର ରୁ କୁଆଁପାଳ ରାସ୍ତା ରେ ଯାଉଥିବା ସମୟ ରେ କାର ଟି ସାଲେପୁର କୋର୍ଟ ନିକଟ ରେ ରେ ଅଟକି ଥିଲା । ହଠାତ କାର ଡୋର ଖୋଲି ବାଳକ ଟି ପଦାକୁ ଆସିବା ସମୟରେ ପଛପଟୁ ଏକ ହାଇୱା ଧକ୍କା ଦେଇଥିଲା । ପ୍ରତିବାଦ ରେ ସ୍ଥାନୀୟ ଲୋକ ମାନେ ଭାରି ଯାନ ଚଳା ଚଳ କୁ ବିରୋଧ କରି ରାସ୍ତା ରୋକ କରିଥିଲେ । ପ୍ରଶାସନ ର ହସ୍ତକ୍ଷେପ ପରେ ଓ ଆର୍ଥିକ ସହାୟତା ପ୍ରଦାନ ପରେ ରାସ୍ତାରୋକ ହଟିଥିଲା । ଏଠାରେ ଉଲ୍ଲେଖନୀୟ ଯେ ମୃତ ବାଳକ ପଟ୍ଟାମୁଣ୍ଡାଇ ଅଞ୍ଚଳ ର ବସନ୍ତ ନାୟକ ଙ୍କ ୬ ବର୍ଷ ର ପୁଅ ଅମନ ନାୟକ । ଶିଶୁ ପୁତ୍ର ନିଜ ମାମୁଁ ଘର ସାଲେପୁର ଲୁଣାହାର ଗାଁକୁ ବାପା-ମା’ଙ୍କ ସାଙ୍ଗରେ ଆସିଥିଲା ।ଓଡିଶା ସମାଚାର

About admin

Check Also

ହୀରାକୁଦ ଜଳ ଭଣ୍ଡାର ର ୩୦ ଟି ଗେଟ୍ ଖୋଲା

ସମ୍ବଲପୁର,୧୩/୦୮/୨୦୨୨(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାରର ଆଉ ୨ ଟି ଗେଟ ଖୋଲିଲା । ମୋଟ ୩୦ ଟି ଗେଟ୍ …

Leave a Reply

Your email address will not be published.