Thursday , August 18 2022
Breaking News
Home / ଶିକ୍ଷା / ସାଲେପୁର ହାଇସ୍କୁଲ ରେ ୫ଟି ସ୍କୁଲ ଶିକ୍ଷକ ମାନଙ୍କ ତାଲିମ ଶିବିର

ସାଲେପୁର ହାଇସ୍କୁଲ ରେ ୫ଟି ସ୍କୁଲ ଶିକ୍ଷକ ମାନଙ୍କ ତାଲିମ ଶିବିର

ସାଲେପୁର, ୦୭/୦୭/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- ସାଲେପୁର ହାଇସ୍କୁଲ ଠାରେ ୫ଟି ସ୍କୁଲ ମାନଙ୍କ ର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ମାନଙ୍କର ତାଲିମ ଶିବିରଓ ସମସ୍ତ ସିଆରସିସି ଓ ଏବିଇଓ ମାନଙ୍କର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ୟ୍ୟକ୍ରମ ରେ ସହକାରୀ ଶିକ୍ଷାଜିଲ୍ଲା ଅଧିକାରୀ ସନ୍ତୋଷ କୁମାର ରାଉତ, ସୋନାମିକା ରାୟ, ସାଲେପୁର ପ୍ରଧାନ ଶିକ୍ଷକ ମନୋରଞ୍ଜନ ବାରିକ, ପୋଡାଗୋଜି କୋଅର୍ଡିନେଟର ସରିତା ଶତପଥୀ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ । ବ୍ଲକ ଶିକ୍ଷା ଅଧିକାରୀ ଜଗବନ୍ଧୁ ଶତପଥୀ ଆୟୋଜିତ ଉତ୍ସବ ରେ ଅଧ୍ୟକ୍ଷତା କରିଥିଲେ । ତାଲିମ ଶିବିର ରେ ମାହାଙ୍ଗା ବ୍ଲକ ର ୩୨ଓ ସାଲେପୁର ର ୧୮ଜଣ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଏହା ପରେ ସିଆରସିସି ମାନଙ୍କର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଏବିଇଓ ଅଶୋକ କୁମାର ପତି, ନିରଞ୍ଜନ ଦାସ,ସିଆରସିସି ଅନ୍ତର୍ୟ୍ୟାମୀ ଭୋଳ, ଭରତ ବାରିକ ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

କଲେଜ କଳା ବିଭାଗର ଟପ୍ପର ସୁପ୍ରଭା ଅଧ୍ୟାପିକା ହେବେ

କେନ୍ଦ୍ରାପଡା, ୧୩/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ କଳା ବିଭାଗର ଶିକ୍ଷା ସମ୍ମାନ ଛାତ୍ରୀ ସୁପ୍ରଭା …

Leave a Reply

Your email address will not be published.