Thursday , August 18 2022
Breaking News
Home / ତାଜା ଖବର / ଶ୍ୱାସରୁଦ୍ଧ ହୋଇ ୩ ମୃତ

ଶ୍ୱାସରୁଦ୍ଧ ହୋଇ ୩ ମୃତ

ମୋହନା,୦୭/୦୭/୨୦୨୨(ଓଡ଼ିଶା ସମାଚାର)- ଗଜପତି ଜିଲ୍ଲା ମୋହନା ଅଞ୍ଚଳର ନାରାୟଣ ନଗର ମୋହନା- ଢେପସାହି ଯିବା ରାସ୍ତାରେ ଗୋଟିଏ ଭଡାଘରେ ଥିବା ଏକ ଚାଓମିନ୍ ଫ୍ୟାକ୍ଟ୍ରିରେ ଅଘଟଣ ଘଟିଛି । ଗତକାଲି ରାତିରେ ଫ୍ୟାକ୍ଟ୍ରିରେ କାମ ସାରି ଶୋଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଜଣ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁବରଣ କରିଥିବା ୩ ଜଣ ହେଉଛନ୍ତି ବ୍ରହ୍ମପୁରର ଅରୁଣ ସାହୁ, ମୋହନା ଥାନା କାମ୍ପଗୁଡା ଗାଁର ପ୍ରଭାକର ଦଳାଇ ଓ ଅନ୍ୟ ଜଣେ ଅନୀଲ ପାଇକ ବୋଲି ଜଣାପଡ଼ିଛି । ପୁଲିସ ଓ ଦମକଳ ବାହିନୀ ଖବର ପାଇବା ପରେ ସେମାନଙ୍କୁ ଉଦ୍ଧାର କରି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ସମସ୍ତ ୩ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗତ କିଛି ଦିନହେବ ମୋହନା ଢେପସାହିରେ ଗୋଟିଏ ଭଡାଘରେ କିଛିବ୍ୟକ୍ତି ଚାଓମିନ୍ ତିଆରି କରୁଥିଲେ। ମୋହନା ଥାନାଠାରୁ ମାତ୍ର ଅଳ୍ପ ଦୂରରେ ଥିବା ସେହି ଚାଓମିନ୍ ତିଆରି କବାଟ ବନ୍ଦଘରେ ଶୋଇଥିବା ଅବସ୍ଥାରେ ତିନିଜଣ ଯୁବକ ମୃତ୍ୟୁବରଣ କରିଥିବା ଜଣାପଡିଛି।
ପ୍ରାଥମିକ ତଦନ୍ତରୁ ପାରିପାର୍ଶିକ ସ୍ଥିତିରୁ ଗ୍ୟାସ୍ ଲିକରୁ ତିନିଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ପ୍ରକାଶ। ସକାଳେ ଘର ନଖୋଲିବାରୁ ପଡ଼ୋଶୀ କବାଟ ବାଡେଇ ଡାକିଥିଲେ ମଧ୍ୟ ଘର ନଖୋଲିବାରୁ ମୋହନା ପୁଲିସକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଘର ଭିତରକୁ ଯାଇ ତିନିଜଣ ଯୁବକଙ୍କୁ ଉଦ୍ଧାର କରି ହସପିଟାଲକୁ ପଠାଇଥିଲେ । ତେବେ ଶବ ବ୍ୟବଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ । ଓଡ଼ିଶା ସମାଚାର

About admin

Check Also

ହୀରାକୁଦ ଜଳ ଭଣ୍ଡାର ର ୩୦ ଟି ଗେଟ୍ ଖୋଲା

ସମ୍ବଲପୁର,୧୩/୦୮/୨୦୨୨(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାରର ଆଉ ୨ ଟି ଗେଟ ଖୋଲିଲା । ମୋଟ ୩୦ ଟି ଗେଟ୍ …

Leave a Reply

Your email address will not be published.