Thursday , August 18 2022
Breaking News
Home / କୃଷି / ରବିନ୍ଦ୍ରନାଥ ମହାନ୍ତି ୫ମ ଥର ପାଇଁ ତେଣ୍ଡାକୁଡ଼ା ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ନିର୍ବାଚିତ

ରବିନ୍ଦ୍ରନାଥ ମହାନ୍ତି ୫ମ ଥର ପାଇଁ ତେଣ୍ଡାକୁଡ଼ା ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ନିର୍ବାଚିତ

ଗରଦପୁର, ୦୭/୦୭/୨୦୨୨(ଓଡ଼ିଶା ସମାଚାର)- ଆଜି ତେଣ୍ଡାକୁଡ଼ା ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ନିର୍ବାଚନ ଶେଷ ହୋଇଛି । ଏହି ନିର୍ବାଚନରେ ୫ମ ଥର ପାଇଁ ରବିନ୍ଦ୍ରନାଥ ମହାନ୍ତି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସଭାପତି ପଦ ପାଇଁ ଦୁଇଜଣ ପ୍ରାଥି ଥିଲେ । ରବିନ୍ଦ୍ରନାଥ ମହାନ୍ତି ଓ ମିହିର କୁମାର ମହାନ୍ତି । ତେବେ ରବିନ୍ଦ୍ରନାଥ ମହାନ୍ତି ଙ୍କୁ ୧୦ ଖଣ୍ଡ ଭୋଟ ମିଳିଥିବାବେଳେ ମିହିର କୁମାର ମହାନ୍ତିଙ୍କୁ ମାତ୍ର ୪ ଖଣ୍ଡ ଭୋଟ ମିଳିଥିଲା । ଆଜି ନିର୍ବାଚନ ଅଧିକାରୀ ବିନୟଲକ୍ଷ୍ମୀ ମଲିକ୍ ନିର୍ବାଚନ ପରିଚାଳନା କରିଥିବାବେଳେ ସମିତିର ସମ୍ପାଦକ ସୁବାସ ଚନ୍ଦ୍ର ମହାନ୍ତି ସହଯୋଗ କରିଥିଲେ । କେଦାରନାଥ ସାହୁ, ରଙ୍ଗାଧର ମଲିକ,ସୁଲଭ ନାୟକ, ସିମାଂଜଳି ମଲ, ଶଙ୍କର୍ଷଣ ସାହୁ,ଲୋକନାଥ ରାଉତ,ମିହିର କୁମାର ମହାନ୍ତି,ରୀନା ଦାସ,ପ୍ରଫୁଲ କୁମାର ବେଉରା,ସରସରାଜ ମହାନ୍ତି,ମୋନାଲିସା ବେହେରା,ରବିନ୍ଦ୍ରନାଥ ମହାନ୍ତି,ସଙ୍ଗୀତା ମଲିକ ଓ ଗୀତାଂଜଳି ମହାନ୍ତି ପ୍ରମୁଖ ସମସ୍ତ ୧୪ ଜଣ ନିର୍ଦ୍ଧେଶକ୍/ନିର୍ଦ୍ଧେଶିକା ଉପସ୍ଥିତ ହୋଇ ଭୋଟ ଦେଇଥିଲେ । ଭୋଟ ଗ୍ରହଣ ପରେ ରବିନ୍ଦ୍ରନାଥ ମହାନ୍ତି ୧୦/୪ ଭୋଟରେ ବିଜୟ ଲାଭ କରିଥିବା ନିର୍ବାଚନ ଅଧିକାରୀ ଘୋଷଣା କରିଥିଲେ । ଶ୍ରୀଯୁକ୍ତ ରବିନ୍ଦ୍ରନାଥ ମହାନ୍ତି ୫ମ ଥର ପାଇଁ ତେଣ୍ଡାକୁଡ଼ା ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ନିର୍ବାଚିତ ହୋଇଛନ୍ତି । କୋରୁଆ ଫାଣ୍ଡି ଅଧିକାରୀ ଶ୍ରୀ ଅଜୟ କୁମାର ସୁନ୍ଦରାୟ ଓ ତାଙ୍କ ଫାଣ୍ଡି କର୍ମଚାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଓସ୍ତପୁର ପ୍ରାଥମିକ ସମବାୟ ସମିତି ପରିଚାଳନା ପରିଷଦର ପ୍ରଥମ ସାଧାରଣ ବୈଠକ

କେନ୍ଦ୍ରାପଡ଼ା, ୦୮/୦୮/୨୦୨୨(ଓଡ଼ିଶା ସମାଚାର)-  କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପ୍ରାଥମିକ କୃଷି ସମବାୟ ସମିତି ପରିଚାଳନା ପରିଷଦର ପ୍ରଥମ ସାଧାରଣ …

Leave a Reply

Your email address will not be published.