ଗରଦପୁର , ୦୭/୦୭/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ପଦ ପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ରଂଜିତ କୁମାର ପଣ୍ଡା ଅପ୍ରତିଦ୍ୱନ୍ଦି ଭାବେ ବିଜୟୀ ହୋଇଛନ୍ତି । ସେ ଏକମାତ୍ର ପ୍ରାର୍ଥି ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ତାଙ୍କ ସହିତ ଅନ୍ୟ କୌଣସି ପ୍ରାର୍ଥି ପ୍ରତିଦ୍ୱନ୍ଦିତା କରିନଥିଲେ । ଫଳରେ ନିର୍ବାଚନ ଅଧିକାରୀ ବୈଜୟନ୍ତୀ ବେହେରା ଶ୍ରୀ ପଣ୍ଡାଙ୍କୁ ବିଜୟୀ ଗୋଷରା କରିଥିଲେ । ଉଲେଖନୀୟ ଏହିକି ଶ୍ରୀ ପଣ୍ଡା ଚଳିତ ଥର ବିଜୟୀ ହୋଇ ହାଟ୍ରିକ୍ କରିଛନ୍ତି । ପୂର୍ବରୁ ୨ ଥର ବିଜୟୀ ହୋଇଥିବା ଶ୍ରୀ ପଣ୍ଡା ଚଳିତ ନିର୍ବାଚନରେ ମଧ୍ୟ ଅପ୍ରତିଦ୍ୱନ୍ଦି ଭାବେ ବିଜୟ ହାସଲ କରିଛନ୍ତି । ସମବାୟ ସମିତି ର ନବ ନିର୍ବାଚିତ ସଦସ୍ୟ ସର୍ବଶ୍ରୀ ଶତୃଘନ ସାହୁ, ପ୍ରତିନିଧି ମଲିକ, ଅଶୋକ ସାମନ୍ତରାୟ,ବର୍ଷାରାଣୀ ବାରିକ, ନନ୍ଦନ କାପ, ଜବାହାରଳାଲ ସାମଲ, ଗଣେଶ ଚନ୍ଦ୍ର ଦାସ, କୁଷୁମ ମହାପାତ୍ର, ଶରତ ଚନ୍ଦ୍ର ପରିଡ଼ା, ସବିତା ସାହୁ, ପ୍ରକାଶ ଚନ୍ଦ୍ର ପଣ୍ଡା, ପ୍ରଭାକର ଜେନା, ବାସୁଦେବ ପଣ୍ଡା, ଗଜେନ୍ଦ୍ର ନାୟକ ପ୍ରମୁଖ ତାଙ୍କୁ ଅପ୍ରତିଦ୍ୱନ୍ଦି ଭାବେ ନିର୍ବାଚିତ କରାଇ ଥିବାରୁ ଶ୍ରୀ ପଣ୍ଡା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ସରକାରଙ୍କର କୃଷକ ମାନଙ୍କ ପାଇଁ ଥିବା ସମସ୍ତ ଯୋଜନାର ଲାଭ ସମିତିର କୃଷକ ମାନଙ୍କ ବିକାଶ ଦିଗରେ କାର୍ଯ୍ୟକାରୀ କରିବାକୁ ପ୍ରୟାସ କରିବେ ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ । ନିର୍ବାଚନ ପରିଚାଳନାରେ ସମିତି ସମ୍ପାଦକ ଜ୍ୟୋତିରଂଜନ ପଣ୍ଡା ସହଯୋଗ କରିଥିଲେ । ଓଡ଼ିଶା ସମାଚାର