କେନ୍ଦ୍ରାପଡ଼ା, ୦୭/୦୭/୨୦୨୨(ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାରେ ଜିଲ୍ଲା ଟପର ହୋଇଥିବା ଡେରାବିଶ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମୋନାଶ୍ରୀ ବିଶ୍ୱାଳଙ୍କୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ପୁଷ୍ପଗୁଛ, ଉତରୀୟ. ପେନ ଡାଏରୀ ପ୍ରଭୃତି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଛନ୍ତି । ମୋନାଶ୍ରୀ ମୋଟ ୬୦୦ ନମ୍ବରରୁ ୫୮୫ ନମ୍ବର ଅର୍ଥାତ ୯୭.୫୭ ପ୍ରତିଶତ ମାର୍କ ରଖି କେନ୍ଦ୍ରାପଡ଼ା ଜିଲ୍ଲାରେ ଟପ୍ପର ହୋଇଛନ୍ତି । ଏଥିସହିତ ଜିଲ୍ଲାପାଳ ମୋନାଶ୍ରୀକୁ ୩୦ ହଜାର ଟଙ୍କାର ଏକ ଚେକ ପ୍ରଦାନ କରିବା ସହିତ ତାର ପାଠପଢା ପାଇଁ ଭବିଷ୍ୟତରେ ସମସ୍ତ ସାହାଯ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
