Tuesday , September 27 2022
Breaking News
Home / ତାଜା ଖବର / ବାଙ୍ଗିରିପୋଷି ଦୁଆରସୁଣି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ, ଜଣେ ଗୁରୁତର ଆହତ

ବାଙ୍ଗିରିପୋଷି ଦୁଆରସୁଣି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ, ଜଣେ ଗୁରୁତର ଆହତ

ବାରିପଦା, ୦୭ /୦୭/୨୦୨୨(ଓଡ଼ିଶା ସମାଚାର)- ମୟୁରଭଞ୍ଜ ବାଙ୍ଗିରିପୋଷି ଦୁଆରସୁଣି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଏକ ଟ୍ରକ୍ ବଲେରୋ କୁ ଧକା ଦେଇ କିଛି ବାଟ ଘୋଷାଡ଼ି ନେଇଥିଲା । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ହସପିଟାଲ ରେ ଜଣେ ଶିଶୁ ର ମୃତ୍ୟୁ ହୋଇଛି । ଗୋଟିଏ ପରିବାରର ସ୍ୱାମୀ-ସ୍ତ୍ରୀ ଓ ପିଲା ସହିତ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁ ଗୁରୁତର ଆହତ ହୋଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.