Thursday , August 18 2022
Breaking News
Home / ବିଶେଷ / ବନ ମହୋତ୍ସବ ସପ୍ତାହ ଅବସରରେ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବନ ମହୋତ୍ସବ ସପ୍ତାହ ଅବସରରେ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବରଗଡ, ୦୭ /୦୭/୨୦୨୨ (ଓଡ଼ିଶା ସମାଚାର/ ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅଞ୍ଚଳ ରେ କାର୍ଯ୍ୟରତ ଦେବଦୂତ କ୍ଳବ ପକ୍ଷରୁ ଶ୍ରୀରାମଜୀ ମହିଳା ମହାବିଦ୍ୟାଳୟ ତେଲିପୁକାପାଣି ଏବଂ କରା ଡୁଙ୍ଗୁରି ଠାରେ ବନମହୋତ୍ସବ ସପ୍ତାହ ପରିପ୍ରେକ୍ଷୀରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ଗାଇସିଲେଟ ବ୍ଳକ ର ଜନପ୍ରିୟ ଅଧ୍ୟକ୍ଷ ଶ୍ରୀମାନ ପ୍ରଣୟ କୁମାର ସାହୁ, ରେଞ୍ଜର ରାଜକୃଷ୍ଣ ଭୋଇ, ବନରକ୍ଷୀ ପୃଥିରାଜ ଭୋଇ ଓ ଶାନ୍ତନୁ ପ୍ରଧାନ,ଦେବଦୂତ କ୍ଳବ ର ସମ୍ପାଦକ କାହ୍ନୁଚରଣ ମାଝୀ, କାର୍ଯ୍ୟକାରୀ ସମ୍ପାଦକ ରୁଦ୍ର ସାହୁ, ସମାଜସେବୀ ସୁଶାନ୍ତ ପଣ୍ଡା, ଜଙ୍ଗଲ ସୁରକ୍ଷା ସମିତି ର ଶିବ ଶଙ୍କର,ତେଲିପୁକାପାଣି ର ସଭାପତି ଚୈତନ୍ୟ ସାହୁ, ସମ୍ପାଦକ ସୀତାରାମ ଭୋଇ,ରୋହିତାଶ୍ୱ ମାଝୀ,ସମ୍ପଦ ପ୍ରଧାନ,ଦେବାର୍ଚ୍ଚନ ସାହୁ, କୃପାସିନ୍ଧୁ ଭୋଇ, ମୁକୁନ୍ଦ ଥନାପତି ପ୍ରମୁଖ ଉପସ୍ଥିତ ଥିଲେ।ଏ ଅବସରରେ ଏକ ଆଲୋଚନା ଶିବିର ଅନୁଷ୍ଠିତ ହୋଇଥିଲା। ବୃକ୍ଷ ହିଁ ଜୀବନ,ତହିଁରୁ ଆମେ ଅମ୍ଳଜାନ ପାଇଥାଉ । ଜଙ୍ଗଲ ବଢିବା ଦ୍ଵାରା ବର୍ଷା ଭଲଭାବରେ ହୋଇଥାଏ ବୋଲି ଶ୍ରୀ ଭୋଇ ଆଲୋଚନା କରିଥିବାବେଳେ, ବ୍ଳକ ଅଧ୍ୟକ୍ଷ ଶ୍ରୀମାନ ସାହୁ ଓଡ଼ିଶା ସରକାର ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ପ୍ରକୃତି ମିତ୍ର ପୁରସ୍କାର ପାଇଥିବା ଗ୍ରାମବାସୀ ଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।ଏହାସହ ଉପସ୍ଥିତ ପଦାଧିକାରୀ ଓ ଅଞ୍ଚଳବାସୀ ଙ୍କ ଦ୍ଵାରା ଶତାଧିକ ମୂଲ୍ୟବାନ ଚାରା ରୋପଣ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.