Thursday , August 18 2022
Breaking News
Home / କୃଷି / ପ୍ରଦୀପ୍ତ କୁମାର ମହାନ୍ତି ରେଢ଼ୁଆ ସେବା ସମବାୟ ସମିତିର ସଭାପତି ନିର୍ବାଚିତ

ପ୍ରଦୀପ୍ତ କୁମାର ମହାନ୍ତି ରେଢ଼ୁଆ ସେବା ସମବାୟ ସମିତିର ସଭାପତି ନିର୍ବାଚିତ

ରଘୁନାଥପୁର, ୦୭/୦୭/୨୦୨୨(ଓଡ଼ିଶା ସମାଚାର)- କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ରଘୁନାଥପୁର ଶାଖା ରେଢ଼ୁଆ ପ୍ରାଥମିକ କୃଷି ସେବା ସମବାୟ ସମିତିରେ ୧୫ ଜଣ ବୋର୍ଡ଼ ମେମ୍ବରଙ୍କ ମଧ୍ୟରୁ ୧୩ ଜଣ ବିଜୟ ଲାଭ କରି ବିଜେଡ଼ି ସମର୍ଥôତ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ମହାନ୍ତି (ବୁଧିଆ) ସର୍ବ ସମ୍ମତି କ୍ରମେ ନିଦ୍ୱର୍ନ୍ଦରେ ସଭାପତି ପଦ ଜିତିଛନ୍ତି । ସମିତିର ସମ୍ପାଦକ ସୁରେନ୍ଦ୍ରନାଥ ଦାସଙ୍କ ଉପସ୍ଥିତିରେ ସେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ ବି ତାଙ୍କ ବିରୁଦ୍ଧରେ କେହି ପ୍ରାର୍ଥି ନହେବାରୁ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀ ଭଗବାନ ନାୟକ ଶ୍ରୀଯୁକ୍ତ ମହାନ୍ତିଙ୍କୁ ସମିତିର ସଭାପତି ଭାବେ ନାମ ଘୋଷଣା କରିଥିଲେ । ଏଥିରେ ବୋର୍ଡ଼ ମେମ୍ବର ନବ କିଶୋର ନାୟକ, ପ୍ରଫୁଲ ନାୟକ, ପ୍ରବୀର ଦାସ, ବୀରେନ୍ଦ୍ର ପ୍ରସାଦ ସ୍ୱାଇଁ, ଗୋବିନ୍ଦ ଚନ୍ଦ୍ର ବାରିକ, ବିଜନ ମହାପାତ୍ର, ଅମରେନ୍ଦ୍ର ମିଶ୍ର, ରବିନ୍ଦ୍ର ମଲିକ୍, ନଳିନୀ ଦାସ, ସର୍ବେଶ୍ୱର ସ୍ୱାଇଁ, ରାଜେନ୍ଦ୍ର ମହାପାତ୍ର, କବିତା ନାୟକ, ବିଶ୍ୱନାଥ ମଲିକ, ପ୍ରଣତି ଜେନା ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ କି ଏହି ସମବାୟ ସମିତିର ୨ ଥରର ସଭାପତି ତଥା ପୂର୍ବତନ ସରପଂଚ ଅଶୋକ ବେହେରା ନିର୍ଦ୍ଧେଶକ ପଦରେ ହାରି ଯାଇଥିବା ରୋଚକ ବିଷୟ ପାଲଟିଛି । ରେଢ଼ୁଆ ସରପଂଚ କିଶୋର ଚନ୍ଦ୍ର ବେହେରା, ପୂର୍ବତନ ସମିତି ସଭ୍ୟ ବଳରାମ ନାୟକ, ରବିନ୍ଦ୍ର ନାଥ ବିଶ୍ୱାଳ, ଦିଲିପ କୁମାର ରଥ, ହିମାଂଶୁ ଜେନା, ବିଜୟ ସ୍ୱାଇଁ, ଶରତ ପରିଡ଼ା, ନିରୋଦ ରଥ, ଅଶୋକ ମଲିକ, ଜ୍ୟୋତିରଂଜନ ମିଶ୍ର, ବିଷ୍ଣୁପ୍ରିୟା ସ୍ୱାଇଁ, ଶଚିଦାନନ୍ଦ ନାୟକ ଓ ବିଚିତ୍ରାନନ୍ଦ ସ୍ୱାଇଁ ଶ୍ରୀଯୁକ୍ତ ମହାନ୍ତିଙ୍କୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସହ ସମ୍ପାଦକ ପ୍ରକାଶ କୁମାର ମହାପାତ୍ର, କର୍ମଚାରୀ ସୌରଭ ମହାପାତ୍ର , ଉଲାସ ସ୍ୱାଇଁ ପରିଚାଳନାରେ ଭାଗ ନେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଓସ୍ତପୁର ପ୍ରାଥମିକ ସମବାୟ ସମିତି ପରିଚାଳନା ପରିଷଦର ପ୍ରଥମ ସାଧାରଣ ବୈଠକ

କେନ୍ଦ୍ରାପଡ଼ା, ୦୮/୦୮/୨୦୨୨(ଓଡ଼ିଶା ସମାଚାର)-  କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପ୍ରାଥମିକ କୃଷି ସମବାୟ ସମିତି ପରିଚାଳନା ପରିଷଦର ପ୍ରଥମ ସାଧାରଣ …

Leave a Reply

Your email address will not be published.