Thursday , August 18 2022
Breaking News
Home / ତାଜା ଖବର / ପାରିବାରିକ କଳହ ର କରୁଣ ପରିଣତି : କଟୁରୀ ରେ ସ୍ତ୍ରୀ ର ବେକକୁ କାଟିଲା ସ୍ୱାମୀ

ପାରିବାରିକ କଳହ ର କରୁଣ ପରିଣତି : କଟୁରୀ ରେ ସ୍ତ୍ରୀ ର ବେକକୁ କାଟିଲା ସ୍ୱାମୀ

ବାଲିଗୁଡା,୦୭/୦୭/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅନ୍ତର୍ଗତ ଲେତିଙ୍ଗିଆ ନିକଟସ୍ଥ  ବୁହୁକିଆ ରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀ ର ବେକକୁ କଟୁରୀ ରେ କାଟିଲା ସ୍ୱାମୀ । ଗୁରୁବାର ସକାଳୁ ଏହିଭଳି ଅଭାବନୀୟ ଘଟଣା ଘଟିଛି । ପାରିବାରିକ କହଳ ରୁ ଏହି ଘଟଣା ଘଟିଛି । ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତୀ ସ୍ତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି ।  ଲେତିଙ୍ଗିଆ ଗାଁ ର ବିଷ୍ଟର ପ୍ରଧାନ ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ଅଞ୍ଚଳ ର ମଣ୍ଟୁ ପ୍ରଧାନ ଙ୍କୁ ବିବାହ କରିଥିଲେ ।  କିଛି ଦିନହେବ ଉଭୟ ଙ୍କ ମଧ୍ୟରେ କଳି ଝଗଡା ଲାଗି ରହିଥିଲା । ସ୍ୱାମୀ ର ଗଞ୍ଜଣା ସହ୍ୟ କରିନପାରି ବାପା ଘରକୁ ଆସିଥିଲେ । ମଣ୍ଟୁ ଆଜି ଉତ୍ୟକ୍ତ ହୋଇ ଲେତୀଙ୍ଗିଆ ଗାଁ କୁ ଯାଇ ଏହିଭଳି କାଣ୍ଡ ଭିଆଇ ଥିବା ଜଣା ପଡିଛି  ।  ବିଷ୍ଟର ଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ ।  କ.ନୂଆଗାଁ ମେଡିକାଲ ରେ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି  ।  ପରିବାର ଲୋକ ଙ୍କ ଅଭିଯୋଗ ପରେ କ.ନୂଆଗାଁ ଥାନା ପୋଲିସ ଏହାର ତଦନ୍ତ ଆରମ୍ଭ କରୁଛି  । ଓଡ଼ିଶା ସମାଚାର

About admin

Check Also

ହୀରାକୁଦ ଜଳ ଭଣ୍ଡାର ର ୩୦ ଟି ଗେଟ୍ ଖୋଲା

ସମ୍ବଲପୁର,୧୩/୦୮/୨୦୨୨(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାରର ଆଉ ୨ ଟି ଗେଟ ଖୋଲିଲା । ମୋଟ ୩୦ ଟି ଗେଟ୍ …

Leave a Reply

Your email address will not be published.