Thursday , August 18 2022
Breaking News
Home / ତାଜା ଖବର / ଡକାୟତି କରିବାକୁ ଯୋଜନା କରିଥିବା ବେଳେ ୬ ଗିରଫ

ଡକାୟତି କରିବାକୁ ଯୋଜନା କରିଥିବା ବେଳେ ୬ ଗିରଫ

ବରଗଡ, ୦୭ /୦୭/୨୦୨୨ (ଓଡ଼ିଶା ସମାଚାର/ ନିରଞ୍ଜନ ତ୍ରିପାଠୀ)-ଗାଇସିଲେଟ ପୋଲିସକୁ ବଡ ସଫଳତା । ଗତକାଲି ବିଳମ୍ବିତ ରାତିରେ ପାଟ୍ରୋଲିଂ କରିବା ସମୟରେ ଭୋଇପାଲି ଛକ ନିକଟରେ ଛଅ ଜଣ ବ୍ୟକ୍ତି ଡକାୟତି କରିବାକୁ ପଦ୍ମପୁର ଲୋଇସିଂହା ରାସ୍ତାରେ ଛିଡ଼ା ହୋଇଥିବା ମାଲବାହୀ ଗାଡ଼ି ମାନଙ୍କ ଠାରୁ ଲୁଟପାଟ୍ କରିବାକୁ ଯୋଜନା କରିଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗାଇସିଲେଟ ପୋଲିସ ଏସଆଇ ସୁନିତ କୁମାର ଦୋରାଙ୍କ ନେତୃତ୍ୱରେ ଏକ ଟିମ୍ ସେମାନଙ୍କ ଉପରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉରେ ପୋଲିସ ଛଅ ଜଣକୁ କାବୁ କରିଥିବା ବେଳେ ଦୁଇଟି ଲୁହା ରଡ଼, ଦୁଇଟି ଠେଙ୍ଗା, ଗୋଟିଏ ଭୁଜାଲି, ଲଙ୍କା ଗୁଣ୍ଡ, ଚାରୋଟି ମୋବାଇଲ ଫୋନ୍, ଗୋଟିଏ ଗ୍ଲାମର ମୋଟର ସାଇକେଲ ଓ ଗୋଟିଏ ପିକ୍ ଅପ୍ ଭ୍ୟାନ ଜବତ୍ କରିଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ହାଜତକୁ ପଠାଇ ଥିବାବେଳେ ଜଣେ ନାବାଳକ ମଦନ ବାରିହାକୁ ରାଉରକେଲାର ସୁଧାର ଗୃହକୁ ପଠା ଯାଇଛି । ଗାଇସିଲେଟ ପୋଲିସର ତତ୍ପରତା ଯୋଗୁ ଏକ ବଡ ଡକାୟତି ଘଟଣାକୁ ରୋକାଯାଇ ପାରିଛି। ଗିରଫ ବ୍ୟକ୍ତିମାନେ ହେଉଛନ୍ତି ବଲାଙ୍ଗିର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଅଗଲପୁର ଅଂଚଳର ପ୍ରତାପ ଥାପା (୨୫), ବଲାଙ୍ଗିର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଅଗଲପୁର ଅଂଚଳର କେଦାରୁ ମେହେର (୨୨), ବଲାଙ୍ଗିର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଅଗଲପୁର ଅଂଚଳର କିଶୋର ଭୋଇ (୨୫), ବରଗଡ଼ ଜିଲା ପଦ୍ମପୁର ଥାନା ଅନ୍ତର୍ଗତ କଇରପାଲୀ ର କରପୁର ମାହାର (୪୦) ଓ ବରଗଡ଼ ଜିଲା ପଦ୍ମପୁର ଥାନା ଅନ୍ତର୍ଗତ କଇରପାଲୀ ର ରସିକ ମାହାର । ଆଉ ଜଣେ ନାବାଳକ ବଲାଙ୍ଗିର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଅଗଲପୁର ଅଂଚଳର ମଦନ ବାରିହା (୧୬) ।  ଓଡ଼ିଶା ସମାଚାର

About admin

Check Also

ହୀରାକୁଦ ଜଳ ଭଣ୍ଡାର ର ୩୦ ଟି ଗେଟ୍ ଖୋଲା

ସମ୍ବଲପୁର,୧୩/୦୮/୨୦୨୨(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାରର ଆଉ ୨ ଟି ଗେଟ ଖୋଲିଲା । ମୋଟ ୩୦ ଟି ଗେଟ୍ …

Leave a Reply

Your email address will not be published.