Thursday , August 18 2022
Breaking News
Home / ବିଶେଷ / ଗିରଫ ମହିଳା ଙ୍କ ଖଲାସ ଦାବିରେ ଥାନା ଘେରାଉ

ଗିରଫ ମହିଳା ଙ୍କ ଖଲାସ ଦାବିରେ ଥାନା ଘେରାଉ

ବାଲିଗୁଡା,୦୭/୦୭/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ ସାରଙ୍ଗଡ଼ ପୋଲିସ କିଛି ମହିଳାଙ୍କୁ ଗୁରୁବାର ସକାଳୁ ଗିରଫ କରିଥିବା ପ୍ରତିବାଦ ରେ ଶତାଧିକ ଉତ୍ୟକ୍ତ ଗ୍ରାମବାସି ସାରଙ୍ଗଗଡ଼ ଥାନା ଘେରାଉ କରିବା ସହ ରାସ୍ତା ଅବରୋଧ କରିଥିଲେ । ସୂଚନାଯୋଗ୍ୟ ଯେ ବନେଗାଁ ର କିଛି ଗରିବ ଆଦିବାସୀ ମହିଳା ସବୁଦିନ ପରି ଗୁରୁବାର ମଧ୍ୟ ପ୍ରତ୍ୟୁଷରେ ମୁଣ୍ଡରେ ଜାଳେଣି କାଠ ବୋଝ ଧରି ସାରଙ୍ଗଡ଼ ବଜାର କୁ ବିକ୍ରୀ କରିବାକୁ ଆସିଥିବାବେଳେ ସେମାନଙ୍କ ମଧ୍ୟରୁ କିଛି ମହିଳା ଙ୍କୁ ପୋଲିସ ଗିରଫ କରିଥିଲା । ବିନା ଦୋଷ ରେ ପୋଲିସ ମହିଳା ମାନଙ୍କୁ ଗିରଫ କରିବା ପ୍ରତିବାଦରେ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିଥିଲେ । ଯାହା ଫଳରେ ବାଲିଗୁଡ଼ା, ରାୟଗଡା, ଭବାନୀପାଟଣା, ବ୍ରହ୍ମପୁର, କଟକ, ଭୁବନେଶ୍ୱର ଭଳି ବିଭିନ୍ନ ଅଞ୍ଚଳକୁ ଗାଡି ଚଳାଚଳ ସମ୍ପୂର୍ଣ୍ଣ  ବନ୍ଦ ରହିବା ଫଳରେ ରାସ୍ତାର ଦୁଇ ପାର୍ଶ୍ଵ ରେ  ବହୁ ଗାଡି ଅଟକି ରହିଥିଲା । ଖବରପାଇ କ.ନୂଆଗାଁ ତହସିଲଦାର ଘଟଣା ସ୍ଥଳ ରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା  । ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.