କେନ୍ଦ୍ରାପଡ଼ା, ୦୭/୦୭/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପକ୍ଷରୁ କାରଗିଲ ଯୋଦ୍ଧା ପରମବୀର ଚକ୍ର ବିଜୟୀ ସୁବେଦାର ମେଜର ଯୋଗେନ୍ଦ୍ର ସିଂ ଯାଦବଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ଏନସିସି କ୍ୟାଡେଟଙ୍କ ଦ୍ୱାରା ଅନୁଷ୍ଠିତ ସ୍ୱାଗତ ଉତ୍ସବରେ କଲେଜ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା, ଡଃ. ଜ୍ଞାନୀନ୍ଦ୍ର ଦାଶ, ସ୍ୱାମୀ ସୁଧାନନ୍ଦ ଜୀ, ସ୍ୱାମୀ ସମର୍ପଣା ନନ୍ଦ ଗିରି ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନ କରିଥିଲେ । ମେଜର ମନୋରଞ୍ଜନ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥରଲେ । କଲେଜ ଅଧ୍ୟକ୍ଷ ପ୍ରଫେସର ଶ୍ରୀ ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ଡଃ. ଗୋଛାୟତ ସଭାର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ । ସୁବେଦାର ମେଜର ଯୋଗେନ୍ଦ୍ର ସିଂ ଯାଦବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶପ୍ରେମ ଓ ବଳିଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଉତମ ନାଗରିକ ହେବା ପାଇଁ ଏହା ନିତ୍ୟାନ୍ତ ଆବଶ୍ୟକ ବୋଲି ସେ କହିଥିଲେ । ଏହି ଅବସରରେ ମେଜର ଯାଦବଙ୍କୁ ପୁଷ୍ପଗୁଛ , ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ କ୍ୟାପ୍ଟେନ ସୀମା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର
