Thursday , August 18 2022
Breaking News
Home / ବିଶେଷ / କଳାକାର ଚୟନ ପ୍ରକ୍ରିୟାରୁ ବାଦ ପଡିଲେ ସଂକୀର୍ତନ ମଣ୍ଡଳୀ କଳାକାର : କଳାକାର ମହଲରେ ଅସନ୍ତୋଷ

କଳାକାର ଚୟନ ପ୍ରକ୍ରିୟାରୁ ବାଦ ପଡିଲେ ସଂକୀର୍ତନ ମଣ୍ଡଳୀ କଳାକାର : କଳାକାର ମହଲରେ ଅସନ୍ତୋଷ

କନ୍ଧମାଳ,୦୭/୦୭/୨୨(ଓଡିଶା ସମାଚାର/)ସଞ୍ଜୟ କୁମାର ପାଣିଗ୍ରାହୀ): ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଇ-ରେଜିଷ୍ଟେସନ  ମାଧ୍ୟମରେ କନ୍ଧମାଳ ଜ଼ିଲ୍ଲା ରେ କଳାକାର ଚୟନ ପ୍ରକ୍ରିୟା ଚାଲୁରହିଛି । ଲୋକକଳା ଓ ଲୋକସଂସ୍କୃତି କୁ ଉଜ୍ଜୀବିତ କରିବା ସହିତ ଦୁସ୍ଥ ପେସାଦାର କଳାକାର ଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ସାଧୁ ଉଦ୍ୟମ କୁ ଲୋକେ ପ୍ରଶଂସା କରିଛନ୍ତି । ସରକାର ଓଡିଶା ରେ ୪୬୧ ପ୍ରକାର ଲୋକ କଳାକୁ ଚି଼ହ୍ନଟ କରିଛନ୍ତି । ବିଲୁପ୍ତ ପ୍ରାୟ କଳା କୁ ଉଦ୍ଧାର ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ଓଡିଶା ର ସର୍ବ ପୁରାତନ ପରମ୍ପରା ସଂକୀର୍ତନ କଳାକାର ଙ୍କୁ ଚୟନ ପ୍ରକ୍ରିୟା ରେ ବାଦ ଦିଆଯାଇଛି  । ଇ-ରେଜିଷ୍ଟେସନ ବେଳେ ସଂକୀର୍ତନ କଳାକାର ଙ୍କୁ ରେଜିଷ୍ଟ୍ରେସନ ପାଇଁ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ମନା କରିଥିବା ଅଭିଯୋଗ ହେଉଛି । କଳାକାର ପାଇଁ ଖାଇବା ବ୍ୟବସ୍ଥା କରା ଯାଇ ନଥିବାରୁ ଦୂର ଦୁରାନ୍ତ ରୁ ଅଡିସନ ରେ ଭାଗ ନେଇଥିବା କଳାକାର ଭୋକ ଉପବାସରେ ଫେରିଥିବା ଅଭିଯୋଗ ହେଉଛି । କନ୍ଧମାଳ ଜ଼ିଲ୍ଲା ରେ ନାମ ସଂକୀର୍ତନ ମାଧ୍ୟମ ରେ କଳା ଓ ସଂସ୍କୃତି କୁ ଵଞ୍ଚାଇ ରଖିଥିବା କଳା କାରଙ୍କୁ ବାଦ ଦିଆଯାଇଥିବାରୁ କଳାକାରଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆଗାମୀ ଦିନରେ ଜ଼ିଲ୍ଲାର ସମସ୍ତ ସଂକୀର୍ତନ ମଣ୍ଡଳୀ ଜ଼ିଲ୍ଲା ସଂସ୍କୃତି କାର୍ୟାଳୟ କୁ ଘେରାଉ କରିବାକୁ କଳାକାର ମାନେ ଚେତାବନୀ ଦେଇଛନ୍ତି । ଏନେଇ ଜ଼ିଲ୍ଲା କଳା ସଂସ୍କୃତି ସଂଘ ର ଉପ ସଭାପତି ଅକ୍ଷୟ କୁମାର କର୍ଣ୍ଣ ଙ୍କୁ ପଚାରିବାରୁ ପ୍ରତିକ୍ରିୟା ରେ କହିଛନ୍ତି ଯେ ସଂକୀର୍ତନ କଳାକାର ଙ୍କୁ ଚୟନ ପ୍ରକ୍ରିୟା ରେ ସୁଯୋଗ ଦେବାପାଇଁ ସଂସ୍କୃତି ଅଧିକାରୀ ଙ୍କୁ ଅନେକ ଥର ଅନୁରୋଧ କରିଛି କିନ୍ତୁ ଫଳପ୍ରଦ ହୋଇନାହିଁ । ଜ଼ିଲ୍ଲା ର ସଂକୀର୍ତନ କଳାକାର ଙ୍କୁ ସୁଯୋଗ ନ ମିଳିବା ବିଡମ୍ବନା ର ବିଷୟ ଏହା ମୋତେ ବ୍ୟଥିତ କରୁଛି । ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.