ଜୁନାଗଡ଼ ୦୭ /୦୭/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କଲେଇଗାଁ ପେକ୍ସର ଆଜି ନିର୍ବାଚନ ପରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା।ପେକ୍ସ ସଭାପତି ସଞ୍ଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଉପସଭାପତି ମମତା ନାଏକ, ପେକ୍ସ ମୂଖ୍ୟ କାର୍ଯ୍ୟନିର୍ବାହୀ ବସନ୍ତ ବେହେରା, ପରିଚାଳନା ପରିଷଦର ବରିଷ୍ଠ ସଭ୍ୟ ଖଗେଶ୍ୱର ଧଙ୍ଗଡା ମାଝୀ, ସନାତନ କଟା, ଅମୂଲ୍ୟ ମେହେର, ନେତ୍ରା ଭଣ୍ଡାରଘରିଆ, କୁଶ ବାଗ, ବୈକୁଣ୍ଠ ଗହୀର, କୁଞ୍ଜ ଦଣ୍ଡସେନା, ରାମନାଥ ନାଏକ,ଯଶୋଦା ବାଗ, ଚକ୍ରଧର ମାଝୀ, ଭବାନୀ ମାଝୀ, ଦିବ୍ୟଶଙ୍କର ଗହୀର, ପେକ୍ସ କର୍ମଚାରୀ କାଲିଆ ମେହେର, କ୍ଷମା ପୁଝାରୀ, ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ଏହି ବୈଠକରେ ଖରିଫ ଋଣ ଲଗାଣ, ଋଣ ଅସୁଲି, ଋଣ ମଞ୍ଜୁରୀ ସହ ପେକ୍ସରେ ଅଫିସ ଗୃହ, ବାଡ଼, ଗେଟ ନିର୍ମାଣ ସହ ଆଗାମୀ କାର୍ଯାପନ୍ଥାକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଓଡ଼ିଶା ସମାଚାର
