Thursday , August 18 2022
Breaking News
Home / ବିଶେଷ / ଅର୍ଧେନ୍ଦୁ ଦାସ ଙ୍କୁ ଗିରଫ ପ୍ରତିବାଦ ଓ ନିସର୍ତ ଖଲାସ ଦାବିରେ ରାଜ୍ୟପାଳ ଙ୍କୁ ଦାବିପତ୍ର

ଅର୍ଧେନ୍ଦୁ ଦାସ ଙ୍କୁ ଗିରଫ ପ୍ରତିବାଦ ଓ ନିସର୍ତ ଖଲାସ ଦାବିରେ ରାଜ୍ୟପାଳ ଙ୍କୁ ଦାବିପତ୍ର

ଜୁନାଗଡ଼, ୦୭ /୦୭/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- ଜୁନାଗଡ଼ ର କାର୍ୟ୍ୟ ରତ ସାମ୍ବାଦିକ ଓ ବିଭିନ୍ନ ସଂଗଠନ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ଙ୍କୁ ଗିରଫ ପ୍ରତିବାଦ ଓ ନିସର୍ତ୍ତ ଖଲାସ ଦାବିରେ ସ୍ଥାନୀୟ ବିଡ଼ିଓ ଙ୍କ ଜରିଆରେମହାମହିମ ରାଜ୍ୟପାଳ ଙ୍କୁ ଏକ ଦାବି ପତ୍ର ଦିଆଯାଇଛି । ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ସ୍ଥାନୀୟ ଥାନା ସମ୍ମୁଖରେ ଏକତ୍ରିତ ହୋଇ ସହର ପରିକ୍ରମା କରି ବ୍ଲକ ସମ୍ମୁଖରେ ପହଞ୍ଚିଥିଲେ । ଅର୍ଦ୍ଧେନ୍ଦୁ ଦାସ ଙ୍କୁ ଆକ୍ରୋସ ମୂଳକ ଭାବେ ଗିରଫ କରାଯାଇ ଗଣମାଧ୍ୟମ ର କଣ୍ଠ ରୋଧ କରିବା ଉଦ୍ୟମ କୁ ଉପସ୍ଥିତ କର୍ମକର୍ତ୍ତା ଦୃଢ଼ ନିନ୍ଦା ଓ ପ୍ରତିବାଦ କରିଥିଲେ ଏବଂ ରାଜପାଳ ଙ୍କ ଉଦ୍ଦେଶ୍ୟରେ ବିବିଓ ଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା । ଏହି କାର୍ୟ୍ୟକ୍ରମ ରେ ସିପିଆଇ ର ଦାମ ବେହେରା ,ନଗର କଂଗ୍ରେସ ସଭାପତି ଅମିତ ଅଗ୍ରୱାଲ ,ଓକିଲ ସଂଘର ସଭାପତି ଦିପେନ ସାହୁ ,ସିଟିଜେନ ଫରମ ର ସନ୍ତୋଷ ସିଂ ଦେଓ ,ପୂର୍ବତନ ଜିଲାପରିଷଦ ଖଗେଶ୍ବର ଧଙ୍ଗ ଡ଼ା ମାଝୀ ,ଜୁନାଗଡ଼ ସାମ୍ବାଦିକ ସଂଘ ସଭାପତି ହିମାଂଶୁ ବରାଡ଼ ଏବଂ ସଂପାଦକ ନରେନ୍ଦ୍ର କ୍ଷୀତି ,ରବିଶଙ୍କର ସୁନାନୀ ,ରଘୁମଣି ପୁଝରୀ,ଗୟା ପୁଝାରୀ ପ୍ରମୁଖଙ୍କ ସମେତ ଅନେକ ଲୋକ ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.